ପୁଣି ରାଜ୍ୟରେ ବୃଦ୍ଧି କରୋନା ମୃତ୍ୟୁ ; ଆଉ ୪୬ ମୃତ

ଭୁବନେଶ୍ୱର : ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ମୃତକଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୭,ବରଗଡ,କଟକ,ପୁରୀରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଝାରସୁଗୁଡା, ସମ୍ବଲପୁରରୁ ୪ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଜଗତସିଂହପୁର,ସୁନ୍ଦରଗଡରୁ ୩ ଲେଖାଏଁ, ଗଞ୍ଜାମ,କଳାହାଣ୍ଡି,ମୟୁରଭଞ୍ଜରୁ ୨ ଲେଖାଏଁ,କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ,ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୭୧୭ରେ ପହଞ୍ଚିଛି।

Comments are closed.