ରାଜ୍ୟରେ ଥମୁନି କରୋନା ମୃତ୍ୟୁ ; ଆଉ ୪୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ୧୭ଟି ଜିଲାରୁ ଆଉ ୪୫ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩୦୮୦ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬,କଟକ ଓ କଳାହାଣ୍ଡିରୁ ୫ ଲେଖାଏଁ,ଅନୁଗୁଳ,ଢେଙ୍କାନାଳ ଓ ସୁନ୍ଦରଗଡରୁ ୪ଲେଖାଏଁ,ବୌଦ୍ଧ ଓ ଝାରସୁଗୁଡାରୁ ୩ ଲେଖାଏଁ, ବରଗଡ ଓ ରାୟଗଡ଼ାରୁ ୨ଲେଖାଏଁ,ବାଲେଶ୍ୱର,ଜଗତସିଂହପୁର,ଯାଜପୁର,କେନ୍ଦ୍ରାପଡ଼ା,ମାଲକାନଗିରି,ମୟୁରଭଞ୍ଜ ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.