ତମ୍ବା ମୁଦି ଧାରଣର ସ୍ବାସ୍ଥ୍ୟଗତ ଲାଭ

ତମ୍ବା ମୁଦି ପରିଧାନ କରିବାର ପରମ୍ପରା ଆମ ପ୍ରାଚୀନ କାଳରୁ ରହି ଆସିଛି । ଏହାକୁ ଧାରଣ କରିବା ଦ୍ବାରା ଅନେକ ଲାଭ ମିଳିଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ତମ୍ବାକୁ ସୂର୍ଯ୍ୟ ଓ ମଙ୍ଗଳଙ୍କ ଧାତୁ କୁହାଯାଏ । ଏହି ଧାତୁର ବ୍ୟବହାର ଘରେ ପୂଜା-ପାଠ ପାଇଁ ମଧ୍ୟ କରିଯାଏ ।

ଅନେକ ଥର ଏଭଳି ହୁଏ ଯେ, ଆମ ଆଖପାଖରେ ଥିବା କିଛି ଲୋକ ତମ୍ବା ମୁଦି ଧାରଣ କରିଥାଆନ୍ତି । ଆମେ ସେମାନଙ୍କୁ ଦେଖି ତମ୍ବା ମୁଦି ଧାରଣ କରିବା ଆରମ୍ଭ କରୁ । କିନ୍ତୁ ଏମିତି କରିବା ଆଦୌଂ ଠିକ୍ ନୁହେଁ । ତମ୍ବା ମୁଦି ପିନ୍ଧିବା ପୂର୍ବରୁ ଜ୍ୟୋତିର୍ବିଦଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ତମ୍ବା ମୁଦି ଧାରଣ କଲେ କି ଲାଭ ମିଳେ ।

ଆୟୁର୍ବେଦ ଅନୁସାରେ ତମ୍ବା ମୁଦି ଧାରଣ କରିବା ଦ୍ବାରା ପେଟ ଜନିତ ରୋଗରୁ ମୁକ୍ତି ମିଳେ । ପେଟ କଟା ଓ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ ।

ତମ୍ବା ମୁଦିକୁ ଅନାମିକା ଅଙ୍ଗୁଳିରେ ଧାରଣ କରିବା ଉଚିତ୍ । ଏହା ଦ୍ବାରା ଜାତକରେ ସୂର୍ଯ୍ୟ ସମ୍ବନ୍ଧିତ ଦୋଷ ଦୂର ହୋଇଥାଏ ।

ତମ୍ବା ମୁଦି ପିନ୍ଧିବା ଦ୍ବାରା ଶରୀରକୁ ତମ୍ବାର ଔଷଧୀୟ ଗୁଣ ମିଳିଥାଏ । ଯାହା ରକ୍ତକୁ ସଫା ରଖିଥାଏ ।

ଯେଉଁଭଳି ତମ୍ବା ପାତ୍ରାରେ ପାଣି ରଖି ପିଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ, ଠିକ୍ ସେହିପରି ତମ୍ବା ମୁଦି ଧାରଣ ଦ୍ବାରା ମଧ୍ୟ ଶରୀରକୁ ଏହାର ସୁଫଳ ମିଳିଥାଏ ।

ସୂର୍ଯ୍ୟଙ୍କୁ ସମ୍ମାନ ଓ ଯଶର ପ୍ରତୀକ ବୋଲି କୁହାଯାଏ । ତେଣୁ ତମ୍ବା ମୁଦି ପିନ୍ଧିଥିବା ବ୍ୟକ୍ତିଙ୍କୁ ସମାଜରେ ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତି ହୋଇଥାଏ । ଏହା ସହ ସେହି ବ୍ୟକ୍ତିଙ୍କ କ୍ରୋଧ ମଧ୍ୟ ନିୟନ୍ତ୍ରିତ ରହିଥାଏ ।

Comments are closed.