ଉତ୍କଳ ବିଶ୍ୱବିଦ୍ୟାଳୟରେ ‘କୋଭିଡ ସହିତ ମୁକାବିଲା-କିଛି ତଥ୍ୟ ଏବଂ ସାଧନ’ ୱେବିନାର

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏଏମ୍‌ସ)ର ମିଳିତ ସହଯୋଗରେ ‘କୋଭିଡ ସହିତ ମୁକାବିଲା-କିଛି ତଥ୍ୟ ଏବଂ ସାଧନ’ ଶୀର୍ଷକ ଏକ ୱେବିନାର ଆରମ୍ଭ ହୋଇଛି। ଏହି ଶୃଙ୍ଖଳାର ତୃତୀୟ ୱେବିନାର ମେ’ ୨୧ରେ ଆୟୋଜିତ ହୋଇଥିଲା। ଉଦ୍‌ଘାଟନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ ଏମ୍‌ସ ନିର୍ଦେଶକ ବି.ଗୀତାଞ୍ଜଳି ଯୋଗଦେଇଥିଲେ। ଏଥିରେ କୋଭିଡ ୧୯ ସମ୍ବନ୍ଧରେ ପ୍ରଚଳିତ ଅନେକ ଭୁଲ ଧାରଣା ଏବଂ ଗୁଜବକୁ ଦୂର କରିବା ଉପରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମରେ ଏମ୍‌ସର ଡା.ଜବାହାର ଏସ୍‌ ପିଲାଇ, ବିନୋଦ କୁମାର ପାତ୍ର, ସୌରିନ ଭୂୟଁା ପ୍ରମୁଖ ଯୋଗ ଦେଇଥିଲେ। ପୃଥକ ବାସ ସମ୍ବନ୍ଧିତ ବିଭିନ୍ନ ଉପଯୋଗୀ ତଥ୍ୟ ସହ ବ୍ୟକ୍ତିଗତ ଏବଂ ସାମାଜିକ ଦାୟିତ୍ୱବୋଧ ବିଷୟରେ ଆଲୋଚନା କରିଥିଲେ। ଏହା ସହ କୋଭିଡର ପୂର୍ବ ଓ ପରବର୍ତ୍ତି ସ୍ଥିତି ସମ୍ବନ୍ଧୀୟ ପରିଚାଳନା ପ୍ରସଙ୍ଗରେ ସେମାନେ ଆଲୋଚନା କରିଥିଲେ।
ଡବ୍ଲ୍ୟୁବି ଓଏଚ୍‌ଇପିଇଇ ସଂଯୋଜକ ପ୍ରଫେସର ନିଗମାନନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିବାବେଳେ ପ୍ରଭାତୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ୱେବିନାର ଶୃଙ୍ଖଳାର ସଂଯୋଜକ ଭାଶ୍ବତୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.