ନିରାଡ଼ମ୍ବର ପାଳନ ହେଲା କେନ୍ଦ୍ରାଧିକାରୀ ପ୍ରଶିକ୍ଷାର୍ଥୀଙ୍କର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରଶିକ୍ଷାର୍ଥୀଙ୍କର ୩୦ତମ ସମାବର୍ତ୍ତନ ଉତ୍ସବ ଓଡିଶା ଅଗ୍ନିଶମ ବିପତ୍ତି ନିସ୍ତାର ପ୍ରତିଷ୍ଠାନ କେନ୍ଦ୍ରରେ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଅଗ୍ନିଶମ ମହାନିର୍ଦେଶକ ସତ୍ୟଜିତ ମହାନ୍ତି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମହାନିର୍ଦେଶକ ଡ଼. ସୋମ୍ୟା ମିଶ୍ର ଓ ଆରକ୍ଷୀ ମହାନିରୀକ୍ଷକ ଅସିତ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ।

୧୯ ଜଣ ଅଗ୍ନିଶମ କେନ୍ଦ୍ରାଧିକାରୀ ତାଙ୍କର ୯ ମାସର ପ୍ରଶିକ୍ଷଣ ଅବଧି ସଫଳତାର ସହ ଶେଷ କରି ଏହି ଉତ୍ସବରେ ଭାଗ ନେଇଥିଲେ ଓ ଏହି ସମାବର୍ତ୍ତନ ଉତ୍ସବରେ ଅଧିକାରୀ ଙ୍କୁ ଅଗ୍ନିଶମ ବିପତ୍ତି ନିସ୍ତାର ପ୍ରତିଷ୍ଠାନର ନିର୍ଦେଶକ ମହେଶ୍ୱର ସ୍ୱାଇଁ ଶପଥ ପାଠ କରାଇଥିଲେ। ନିଜର କର୍ମକୁ ପେସା ଭାବରେ ଗ୍ରହଣ କରିପାରିବେ ଓ ଏହା ଦ୍ୱାରା ଆତ୍ମତୃପ୍ତି ଲାଭ କରିପାରିବା ସହ ନିଜକୁ ଜଣେ ପେସାଦାର ଅଗ୍ନିଶମ ଅଧିକାରୀ ଭାବେ ଗଢିତୋଳିବେ ସେ ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଶିକ୍ଷିତ ଅଧିକାରୀ ଙ୍କ ମଧ୍ୟରେ ଅଧିକ ନମ୍ବର ରଖି ପ୍ରଥମ ଓ ଦ୍ବିତୀୟ ସ୍ଥାନ ରଖିଥିବା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଗ୍ନିଶମ ବିପତ୍ତି ନିସ୍ତାର ପ୍ରତିଷ୍ଠାନର ଅଧକ୍ଷ ମନୋରଞ୍ଜନ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.