ମୋଦୀ ଓ ଶାହାଙ୍କୁ କଂଗ୍ରେସ ନେତା ଅଧୀର ରଞ୍ଜନଙ୍କ ତାଚ୍ଛଲ୍ୟ – କହିଲେ ରାମୁଶ୍ୟାମୁ ଲୋକଙ୍କୁ ଭୁଆଁ ବୁଲାଇବାରେ ଓସ୍ତାଦ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସର ସଂସଦୀୟ ଦଳନେତା ଅଧୀର ରଞ୍ଜନ ଚୌଧୁରୀ ପୁଣିଥରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପ‌ରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅଧୀର ରଞ୍ଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାମୁ-ଶ୍ୟାମୁ ବୋଲି କହିବା ସହ ରାମୁ-ଶାମୁ ଲୋକଙ୍କୁ ଭୁଆଁ ବୁଲାଇବାରେ ଓସ୍ତାଦ ବୋଲି କହିଛନ୍ତି। ଅଧୀର ରଞ୍ଜନ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଏକ ସଭାରେ ଏନଆରସିକୁ ନେଇ ଯେଉଁ ଟିପ୍ପଣୀ ଦେଇଥିଲେ ତାହା ଶୁଣିଲେ ଲାଗୁଥିଲା ଯେମିତି ସେ ଏନଆରସି ଶବ୍ବ କେବେ ଶୁଣିନାହାନ୍ତି। ଅନ୍ୟପଟେ କେନ୍ଦ୍ର ଗୃହ ମନ୍ତ୍ରୀ ସଂସଦରେ କହିଥିଲେ ଏନଆରସି ସାରାଦେଶରେ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ(ରାମୁ-ଶ୍ୟାମୁ) କେତେବେଳେ କଣ କହୁଛନ୍ତି ତାକୁ ଧ୍ୟାନ ଦେବାକୁ ପଡିବ କାରଣ ଏ ଦୁହେଁ ଭୁଆଁ ବୁଲାଇବାରେ ଓସ୍ତାଦ ବୋଲି ଅଧୀର କହିଛନ୍ତି।

ପୂର୍ବରୁ ଲୋକସଭାରେ ନାଗରିକତା ସଂଶୋଧନ ବିଧେୟକକୁ ଉପରେ ଆଲୋଚନା ସମୟରେ ଅଧୀର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ଅଧୀର କହିଥିଲେ, ହିନ୍ଦୁସ୍ତାନ ସମସ୍ତଙ୍କର, ଏହା କାହାର ଅଧୀନରେ ନୁହେଁ, ହିନ୍ଦୁସ୍ତାନ ଉପରେ ସମସ୍ତଙ୍କର ଅଧିକାର ଅଛି। ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ଗୁଜୁରାତରୁ ଆସି ଦିଲ୍ଲୀରେ ଅଛନ୍ତି ଏଣୁ ସେମାନେ ପ୍ରବାସୀ।

Comments are closed.