ରାଜଧାନୀକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ ଜୋନ

ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଛି କଣ୍ଟେନ୍‌ମେଣ୍ଟ। ଆଜି କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଖଣ୍ଡଗିରି ଅଞ୍ଚଳରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ଖଣ୍ଡଗିରି ସତ୍ୟସାଇ ଏନ୍‌କ୍ଲେଭ ଏଚ୍‌ଆଇଜି ୧୧ରୁ ୬୧ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ କିଛି ପଜିଟିଭ ବାହାରିବାରୁ ବିଏମ୍‌ସିର ପଦକ୍ଷେପ। କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳରେ ଜନସାଧାରଣଙ୍କ ଯାତାୟତ ଉପରେ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଛି।

Comments are closed.