ଗୋପିନାଥପୁର ଓ ତୋଟାପଡା ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ଦୋରଡ ପଞ୍ଚାୟତର ଗୋପିନାଥପୁର ଗ୍ରାମର ହାଟସାହି ଏବଂ ଭୋଗରା ପଞ୍ଚାୟତ ଅନ୍ତର୍ଗତ ତୋଟାପଡା ଗ୍ରାମର ତଳସାହି ଓ ଉପରସାହିକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଉଭୟ ସ୍ଥାନରୁ ୬ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜସ୍ୱ ନିରୀକ୍ଷକ ଓ ବ୍ଲକର ରିପୋର୍ଟକୁ ଭିତ୍ତିକରି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଉଭୟ ଗ୍ରାମର ଆଂଶିକ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ୨୩ ତାରିଖ ସକାଳ ୬ଟାରୁ ଆସନ୍ତା ଜୁଲାଇ ୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଘୋଷିତ ସଂପୃକ୍ତ ଅଞ୍ଚଳରେ ବାହାରକୁ ଯିବାଆସିବାକୁ ବାରଣ କରାଯାଇଥିବାବେଳେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରିବା ଲାଗି ବ୍ରହ୍ମପୁର ସିଏଚସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.