ସମ୍ବିଧାନ ଦିବସ ; ଆମେ ସମ୍ବିଧାନର ସମ୍ମାନ ରକ୍ଷା କରିବା ଓ କର୍ତ୍ତବ୍ୟପଥରେ ସର୍ବଦା ଚାଲିବା ; ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ହେଉଛି ସମ୍ବିଧାନ ଦିବସ । ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ପାଳନ କରାଯାଏ । ସଂସଦରେ ସମ୍ବିଧାନ ଦିବସ ଅବସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ଏହି ଅବସରରେ ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଏହାସହ ଆୟୋଜିତ ସମ୍ବିଧାନ ସଭାରେ ସମ୍ବିଧାନକୁ ଗ୍ରହଣ କରିବା ପାଇଁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଭାଷଣର ଏକ ଅଂଶ ଉପସ୍ଥାପନା କରିଛନ୍ତି ।
ଏହାସହ ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ବ୍ୟକ୍ତ କରାଯାଇଥିବା ବିଚାରକୁ ନେଇ ଟ୍ୱିଟ କରି କହିଛନ୍ତି, ସମ୍ବିଧାନ ଯେତେ ସୁନ୍ଦର, ସୁସଜ୍ଜିତ ଓ ସୁଦୃଢ ହେଉନା କାହିଁକି , ତାହାକୁ ଚଲାଉଥିବା ଦେଶର ସତ୍ୟ, ନିଃସ୍ୱାର୍ଥପର ସେବକ ନହେଲେ ସମ୍ବିଧାନ ମଧ୍ୟ କିଛି କରିପାରିବ ନାହିଁ । ରାଜେନ୍ଦ୍ର ପ୍ରସାଦଙ୍କ ଏହି ଭାବନା ପଥ ପ୍ରଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।


ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ଆଜିର ଦିବସ ବାବାସାହେବ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଭଳି ମହାନୁଭବଙ୍କୁ ପ୍ରଣାମ କରିବାର ଦିନ । ଆଜିର ଦିନ ଏହି ସଂସଦକୁ ପ୍ରଣାମ କରିବାର ଦିନ । ଆଜିର ଦିନରେ ହିଁ ସମ୍ବିଧାନ ରୂପକ ଅମୃତ ମିଳି ଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଦେଶ ପ୍ରଥମେ । ବର୍ତ୍ତମାନ ସମ୍ବିଧାନ ପ୍ରସ୍ତୁତ ଖୁବ କଠିନ । ହୁଏତ ଗୋଟିଏ ପୃଷ୍ଠା ଲେଖିବା ମଧ୍ୟ କଷ୍ଟସାଧ୍ୟ ।
ମୋଦୀ କହିଛନ୍ତି, ଜାତିର ପିତା ମହାତ୍ମାଗାନ୍ଧୀ,ଯେ କି କର୍ତ୍ତବ୍ୟର ମଞ୍ଜି ବୁଣିଥିଲେ । ସ୍ୱାଧୀନତା ପରେ ତାହା ବର ଗଛରେ ପରିବର୍ତ୍ତନ ହୋଇଯିବା କଥା । ମାତ୍ର ଦୁଃଭାଗ୍ୟବଶତଃ ଶାସନ ବ୍ୟବସ୍ଥା ଏପରି ପରିବର୍ତ୍ତନ ହୋଇଛି ତାହା,ଅଧିକାର ହିଁ ଅବ୍ୟବସ୍ଥାରେ ଅଧିକାର ହୋଇ ରହିଗଲା । ମହାତ୍ମା ଗାନ୍ଧୀ ସ୍ୱାଧୀନତାର ଆନେ୍ଦାଳନ ପାଇଁ ସଂଗ୍ରାମ କରୁଥିବା ସମୟରେ ମଧ୍ୟ କର୍ତ୍ତବ୍ୟର ସର୍ବଦା ପ୍ରୟାସ ଜାରି ରଖିଥିଲେ ।
ସମ୍ବିଧାନ ଦିବସ ପାଳନ କରିବାର ପ୍ରସ୍ତାବକୁ ବିରୋଧୀ ଦଳ ବିରୋଧ କରିଥିଲେ । ଏଭଳି ଭାବେ ଲୋକତନ୍ତ୍ରର ରକ୍ଷା କିଭଳି ହୋଇପାରିବ । ଦେଶର ହିତ ସାଧନରେ ରାଜନୀତି କୌଣସି ପ୍ରତିକୂଳ ପ୍ରଭାବ ନପକାଉ । ବିଚାରଧାରା ଭିନ୍ନ ହେଲେ ମଧ୍ୟ ରାଷ୍ଟ୍ରର ହିତ ସବୁଠାରୁ ଉଚ୍ଚରେ ।
ସମ୍ବିଧାନ ଭାବନାକୁ ମଧ୍ୟ ଆଘାତ ମିଳିଛି । ଗୋଟିଏ ଗୋଟିଏ ଧାରାକୁ ମଧ୍ୟ ଆଘାତ ହୋଇଛି । ଯେଉଁ ସମୟରେ ରାଜନୈତିକ ଦଳ ନିଜର ଗଣତାନ୍ତ୍ରିକ ଚରିତ୍ର ହଜାଇ ଦେଇ ଥାଆନ୍ତି, ସେ ଗଣତନ୍ତ୍ରର ରକ୍ଷା କିଭଳି କରିବେ?
ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ କୌଣସି ରାଜନୈତିକ ଦଳର ନୁହେଁ । କୌଣସି ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ନୁୁହେଁ । ଏହି କାର୍ଯ୍ୟକ୍ରମ ବାଚସ୍ପତିଙ୍କର ପଦ ମର୍ଯ୍ୟାଦାର ବିଷୟ ଥିଲା । ଆମର ପୂର୍ବପୁରୁଷମାନେ ଆମକୁ ଆଶୀର୍ବାଦ କରନ୍ତୁ ଯେ ଆମେ ସମ୍ବିଧାନର ସମ୍ମାନ ରକ୍ଷା କରିବା ଓ କର୍ତ୍ତବ୍ୟପଥରେ ସର୍ବଦା ଚାଲିବା ।
ଏହାସହ ପ୍ରଧାନମନ୍ତ୍ରୀ ଆଜି ୨୬/୧୧ର ସେହି ଦୁଃଖଦ ଦିନକୁ ମଧ୍ୟ ସ୍ମରଣ କରିଛନ୍ତି । ଯେବେ ଦେଶର ଶତ୍ରୁମାନେ ଦେଶ ମଧ୍ୟରେ ପ୍ରବେଶ କରି ମୁମ୍ବଇରେ ଆତଙ୍କବାଦୀ ଘଟଣା ଘଟାଇଥିଲେ । ଭାରତର ଅନେକ ବୀର ଯବାନ ଲଢେଇ କରି ନିଜ ଜୀବନକୁ ମଧ୍ୟ ସମର୍ପି ଦେଇଥିଲେ । ୨୬/୧୧ରେ ଆଜି ସେହି ସମସ୍ତ ବଳିଦାନକୁ ମଧ୍ୟ ଆଦରପୂର୍ବକ ପ୍ରଣାମ କରିଛନ୍ତି ।

 

Comments are closed.