ଆଇନର ବୈଧତା ନୁହେଁ, କୃଷକଙ୍କ ଆନ୍ଦୋଳନ ‘ବିରୋଧ କରିବାର ଅଧିକାର’ – ସୁପ୍ରିମକୋର୍ଟ

- ଶାନ୍ତିପୂର୍ଣ୍ଣ ଥିବା ଯାଏଁ କୃଷକଙ୍କ ଆନ୍ଦୋଳନ ସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ

୨୨ ଦିନ ଧରି ଚାଲିଥିବା କୃଷକମାନଙ୍କ ଆନ୍ଦୋଳନ ସମ୍ପର୍କରେ ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୃଷକମାନେ ନୂତନ କୃଷି ଆଇନକୁ ନେଇ ଅସନ୍ତୁଷ୍ଟ ତେବେ ବିରୋଧ ପ୍ରଦର୍ଶନ କରିବା ସେମାନଙ୍କ ସାମ୍ବିଧାନିକ ଅଧିକାର ଅଟେ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଦିଲ୍ଲୀ ସୀମାରୁ ହଜାର ହଜାର ଆନ୍ଦୋଳନରତ ଚାଷୀଙ୍କୁ ହଟାଇବା ପାଇଁ ଆଗତ ଏକ ଆବେଦନର ଶୁଣାଣି ବେଳେ ଏହା କହିଛନ୍ତି।

ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଜଷ୍ଟିସ୍ ଏ ଏସ୍ ବୋପାନ୍ନା ଏବଂ ଭି ରାମ ସୁବ୍ରମଣିୟମ କହିଛନ୍ତି ଯେ ଏକ କମିଟି ଗଠନ କରାଯିବ ଯେଉଁଥିରେ ପି ସାଇନାଥଙ୍କ ପରି କୃଷି ଗବେଷକ ତଥା ଅନ୍ୟାନ୍ୟ କ୍ଷେତ୍ରରୁ ଜଣାଶୁଣା ବ୍ୟକ୍ତିଙ୍କୁ ରଖାଯିବ ଯେଉଁମାନେ କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ସମାଧାନ କରିବେ। ତେବେ କୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ କୃଷକମାନେ ‘ଆଇନର ବୈଧତା ନୁହେଁ’ ନୁହେଁ ବରଂ ‘ବିରୋଧ କରିବାର ଅଧିକାର’ ପ୍ରଦର୍ଶନ କରୁଛନ୍ତି। କୋର୍ଟ ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳଙ୍କୁ ଆନ୍ଦୋଳନରତ କୃଷକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନର ସୂତ୍ର ବାହାର କରିବା ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

Comments are closed.