ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତାକାଲି ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା ଦେଇଛି କଂଗ୍ରେସ। ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯିବ ବୋଲି ଜଣାପଡ଼ିଛି। ଶୁକ୍ରବାର ସକାଳ ୬ରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରାଯିବ। ଶାନ୍ତିପୂର୍ଣ୍ଣଭାବେ ଏହି ବନ୍ଦ ପାଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଏହି ସମୟରେ ରେଳ, ବସ୍, ଟ୍ରକ ଚଳାଚଳ, ଦୋକାନ ବଜାର, ଗାଡ଼ିମୋଟର ବନ୍ଦ ରହିବ। ମେଡ଼ିକାଲ ସମେତ ଅତ୍ୟାବଶ୍ୟକ ସେବା ଜାରି ରହିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି। ବନ୍ଦ ପାଳନକୁ ସଫଳ କରିବା ପାଇଁ ରାଜ୍ୟବାସୀଙ୍କୁ କଂଗ୍ରେସ ଆହ୍ୱାନ ଦେଇଛି।

Comments are closed.