ପିସିସି ସଭାପତିଙ୍କ ଗାଡିକୁ ଆକ୍ରମଣ ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ 

ବୌଦ୍ଧ : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ମାଡ ମାରିବା ଓ ହତ୍ୟା ଧମକ ଦେଇଥିବା ଦୁର୍ବୃତ୍ତମାନଙ୍କୁ ଏଯାବତ ଗିରଫ ନ କରିବା ପ୍ରତିବାଦରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ କର୍ମୀ ଓ ନେତାମାନେ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହିତ ଏକ ଦାବିପତ୍ର ଏସପିଙ୍କ ଜରିଆରେ ଡିଜିପିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଦଳର ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଏସପି ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ବରିଷ୍ଠ ନେତା ସୁଧିର କର୍ଣ୍ଣ, ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ବିକ୍ରମ ପ୍ରଧାନ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ସରୋଜ କୁମାର ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ଉଦୟନାଥ ଶର୍ମା, ପୂର୍ବତନ କାଉନସିଲର ତପନ ବାରିକ, ଶିବ ବେହେରା, ଜିଲ୍ଲା ଲିଗାଲ ସେଲର ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଅର୍ଜୁନ ମହାନନ୍ଦିଆ ପ୍ରମୁଖ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

 

Comments are closed.