ପାଇଖାନା ଏବଂ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦୁର୍ନୀତିର ପର୍ଦ୍ଦାଫାସ୍ କରିବ କଂଗ୍ରେସ : ପ୍ରଦୀପ

ନବରଙ୍ଗପୁର: ନବରଙ୍ଗପୁର ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନ ଠାରେ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ହୋଇଥିବା ପାଇଖାନା ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଦୁର୍ନୀତିର କଂଗ୍ରେସ ପର୍ଦ୍ଦାଫାସ୍ କରିବ ବୋଲି କହିଛନ୍ତି ଶ୍ରୀ ମାଝୀ।

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଝରିଗାଁ ବ୍ଲକରେ ବ୍ୟକ୍ତିଗତ ପାଇଖାନାରେ ୫ କୋଟିରୁ ଊର୍ଦ୍ଧ୍ବ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରାଯାଇଥିଲା। ଏହାକୁ ଭିତ୍ତି କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପିଡି ୪୦ ରୁ ୪୫ ଦିନ ଧରି ଝରିଗାଁର ପ୍ରତ୍ୟେକ ପଂଚାୟତ ଘରକୁ ଘର ବୁଲି ତଦନ୍ତ କରି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ । ରିପୋର୍ଟକୁ ଆଧାର କରି ପଂଚାୟତରାଜ ବିଭାଗ ଝରିଗାଁ ବିଡିଓ ଓ ଜେଇଙ୍କୁ ନିଲମ୍ବନ କରିଥିଲେ। ଦୁର୍ନୀତି ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା କାର୍ୟ୍ୟାନୁଷ୍ଠାନକୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଏକ ସାମ୍ବାଦିକ ସମ୍ମଳନୀରେ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇବା ସହ ଆଉ ଏକ ଝରିଗାଁ ବ୍ଲକର ଦୁର୍ନୀତିର ପର୍ଦା ଫାସ କରିଛନ୍ତି ଶ୍ରୀ ମାଝୀ। ପାଇଖାନା ଦୁର୍ନୀତିରେ ନିଲମ୍ବିତ ପରେ ଶ୍ରୀ ଧାରୁଆଙ୍କୁ ଡିଆରଡିଏ କାର୍ୟ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ସେ ବର୍ତ୍ତମାନ ଫେରାର ଅଛନ୍ତି । ଯାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଫେରାର ହେବାରେ ଉଦ୍ଦେଶ୍ୟ କ’ଣ ଓ ଫେରାର ପଛରେ ଏକ ବଡ଼ ରହସ୍ୟ ରହିଛି ବୋଲି ସେ କହିଛନ୍ତି । ବିଡିଓଙ୍କ କାର୍ୟ୍ୟକାଳରେ କେବଳ ପାଇଖାନା ଦୁର୍ନୀତି ନୁହେଁ ସମଗ୍ର ଝରିଗାଁ ବ୍ଲକକୁ ବିକ୍ରି କରି ଦେଇଥିବା ଅଭିଯୋଗ କରିଛନ୍ତି। ବ୍ଲକ ଦୁର୍ନୀତି ପଛରେ କାହା କାହାର ହାତ ରହିଛି। ଏକ ସୁଯୋଜନା କରି ବିଡ଼ିଓ କାର୍ୟ୍ୟ କରୁଛନ୍ତି ବ୍ଲକରେ ସାଂସଦ ରମେଶ ମାଝୀ ତଥା ବିଜେଡ଼ି ଜିଲ୍ଲା ସଭାପତି ଓ ବିଧାୟକ ପ୍ରକାଶ ମାଝୀ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ସମଗ୍ର ବ୍ଲକକୁ ଚାରିଜଣ ଏଜେଣ୍ଟ ହାତରେ ଟେକି ଦେଇଥିବା ଅଭିଯୋଗ କରିଛନ୍ତି । ପାଇଖାନା ଦୁର୍ନୀତି ଖୋଜୁ ଖୋଜୁ ଝରିଗାଁ ବ୍ଲକ ପରିସରରେ ମଧ୍ୟରେ ଥିବା ଅତି ମୂଲ୍ୟବାନ ଗଛ ଗୁଡ଼ିକୁ ଡିଏଫଓଙ୍କ ବିନା ଅନୁମତିରେ କାଟିବା ସହ ବ୍ଲକ ପରିସରରେ ଥିବା ପୁରୁଣା ଅଫିସ ଗୃହ ଗୁଡ଼ିକ ବିନା ଅନୁମତିରେ ଭାଙ୍ଗି ସେଥିରେ ଥିବା କାଠ ଦୁଲମ୍ ଗୁଡ଼ିକ ଚାରି ଜଣ ଏଜେଣ୍ଟ ଘରକୁ ନେଇଯାଇଥିବା ଅଭିଯୋଗ କରିଛନ୍ତି । ସେହିପରି କୋଭିଡ ସମୟରେ ଆବଶ୍ୟକ ସାମଗ୍ରୀ ଗଦି, ବେଡ୍ ସିଟ୍, ତକିଆ ଖୋଳଗୁଡ଼ିକ ୧୦୫୦ ଟଙ୍କାରେ ପଡ଼ୋଶୀ ଜିଲ୍ଲା କୋରାପୁଟରେ ଯୋଗାଉଥିବା ବେଳେ ସେହି ଜିନିଷ ସେହି ବ୍ୟକ୍ତି ବିଡିଓଙ୍କ ଜୋର ଜବରଦସ୍ତରେ ୧୫୫୦ ଟଙ୍କାରେ ବିଲ୍ କରାଇଥିବା ଯାହାର ପ୍ରମାଣ ରହିଛି ବୋଲି ଶ୍ରୀ ମାଝୀ କହିଥିଲେ ।

କ୍ୱାରେଣ୍ଟାଇନ୍‍ ସେଣ୍ଟର୍ ୱାରିଂ, ବଲବ୍, ଗୃହ ମରାମତି ବାବଦରେ ୫ରୁ ୧୦ ହଜାର ଖର୍ଚ୍ଚ କରି ପାଖା ପାଖି ଏକ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ବିଲ୍ କରିଥିବା ଅଭିଯୋଗ କରିଛନ୍ତି । ଝରିଗାଁ ବ୍ଲକରେ ପାଇଖନା ଦୁର୍ନୀତି ବ୍ୟତୀତ ଅନ୍ୟ ଦୁର୍ନୀତିର ପର୍ଦାଫାସ କରିବା ପାଇଁ ପ୍ରସ୍ତୁତ ରହିଥିବା ଜାଣି ବିଡିଓ ଫେରାର ହୋଇଥିବା କହିଛନ୍ତି ଶ୍ରୀ ମାଝୀ । ଝରିଗାଁ ବ୍ଲକ ରେ ୩ ବର୍ଷ ୮ ମାସ ଭିତରେ ଯେଉଁ ଉନ୍ନୟନମୂଳକ କାର୍ୟ୍ୟ ପାଇଁ ଯେତେ କାମ ଆସିଛି । ସେହି ସବୁ କାମ ର ୮୦ ଶତକଡ଼ା ଭାଗ ସାଂସଦ ରମେଶ ମାଝୀ ଖାସ୍ ୪ ଜଣ ବ୍ୟକ୍ତିଙ୍କ ଖାତାରେ ୨୦ ରୁ ୨୫ କୋଟି ଟଙ୍କା ଜମା ହୋଇଥିବା ଅଭିଯୋଗ କରିଛନ୍ତି ଶ୍ରୀ ମାଝୀ । ଏହାର ଆଗାମୀ ଦିନରେ ଖୁଲସା କଂଗ୍ରେସ ପକ୍ଷରୁ କରାଯିବ ବୋଲି କହିଥିଲେ । ବିଜୁ ଜନତା ଦଳର ସଭାପତି ତଥା ସାଂସଦ ରମେଶ ମାଝୀ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଓ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ଆମର ପ୍ରାଥମିକତା । ସାଂସଦଙ୍କ ଛତ୍ରଛାୟା ତଳେ ରହି ୪ଜଣ ଏହି ଦୁର୍ନୀତି କରିବାକୁ ସତ୍ ସାହସ ଜୁଟେଇ ପାରିଛନ୍ତି । ନବରଙ୍ଗପୁର ଜିଲ୍ଲାବାସୀ ଓ ଜିଲ୍ଲା କଂଗ୍ରେସ କମିଟି ଏହି ମହା ଦୁର୍ନୀତିର ସମସ୍ତ ତଦନ୍ତରେ ସହଯୋଗ କରିବାକୁ ଜିଲ୍ଲା କଂଗ୍ରେସ କମିଟି ଅନୁରୋଧ କରିଛି ।

ଏଥିସହ ଶ୍ରୀ ମାଝୀ କହିଛନ୍ତି ଯେ, ଶୁକ୍ରବାର ଦିନ ପାପଡାହାଣ୍ଡି ଠାରେ ଜିଲ୍ଲା କଂଗ୍ରେସର ଯୁବ ଗର୍ଜନ ସମାବେଶ ଅନୁଷ୍ଠିତ ହେବ ବୋଲି କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ପୂର୍ବତନ ବିଧାୟକ ସଦନ ନାୟକ, ନଗର ସଭାପତି ଲାଲୁ ତ୍ରିପାଠୀ, ଅଖିଳ ଭତ୍ରା, ସୁବାଷ ଚନ୍ଦ୍ର ସୁର, ସତ୍ୟନାରାୟଣ ତ୍ରିପାଠୀ, ମିଟୁ ପାତ୍ର, ଦିଲ୍ଲୀପ ବେହେରା, ପରୀ ସାହୁ, ସଞ୍ଜୟ ନାୟକ, କୁନା ପାଢ଼ୀ, ଦ୍ଵାରିକା ମହାପାତ୍ର, ବୃନ୍ଦା ତ୍ରିପାଠୀ, ବାସୁଦେବ ପଟ୍ଟନାୟକ, ସୁମିତ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.