ବଧୂହତ୍ୟା ଘଟଣା ସମ୍ପର୍କିତ ଅଡିଓ ଟେପକୁ ନେଇ କଂଗ୍ରେସର ଅଭିଯୋଗ

ବିଜେଡି ସାଂସଦ ଓ ବିଜେପି ବିଧାୟକଙ୍କ ଉପରେ ସନ୍ଦେହ ପ୍ରକାଶ

ନବରଙ୍ଗପୁର: ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ ପକ୍ଷରୁ ଉମରକୋଟ ଥାନା ଅନ୍ତର୍ଗତ ବଡକୁମାରୀ ୟୁଭି-୫୨ ଗାଁର ବଧୂହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କର ମା’ଙ୍କ ଅଡିଓ ଟେପକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ସହ ଏସପି ଅଡିଓ ଟେପ ଉପରେ ତଦନ୍ତ କରନ୍ତୁ ବୋଲି ଦାବୀ କରାଯାଇଛି। ଅଡିଓ ଯଦି ସତ୍ୟ ହୋଇଥାଏ ତେବେ ଅଭିଯୁକ୍ତଙ୍କୁ ଯେଉଁମାନେ ଉସୁକାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ରହିଛି ବୋଲି ଜିଲା କଂଗ୍ରେସ ସଭାପତି ମୁନା ତ୍ରିପଠୀ ଓ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି।

ନବବଧୂର ହତ୍ୟା ଘଟଣାରେ ଚାଞ୍ଚଲ୍ୟ କର ଘଟଣା ଖୁଲାସା ହୋଇଥିବା କହିଛନ୍ତି। ଜିଲା କଂଗ୍ରେସ କମିଟିର ୧୦ ଗୋଟି ଦାବୀ ପୂରଣ କରା ନ ଗଲେ ଆସନ୍ତା ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଥିଲେ। ଉମରକୋଟ ଠାରେ ଏକ ଘରୋଇ ହଟେଲରେ ଅଭିଯୁକ୍ତ ୫୩ ହଜାରଟଙ୍କାର ଖାନା ପ୍ରଶାସକ, ରାଜନେତା ଓ କେତେକ ଓକିଲଙ୍କୁ ଖୁଆଇଛନ୍ତି। ସିସିଟିଭି ଫୁଟେଜ ଯାଇ କରାଯାଇ ସେମାନଙ୍କ ନାମ ମଧ୍ୟ ଖୁଲାସା କରାଯିବାକୁ ଦାବି କରାଯାଇଛି। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନାଁ ଅଡିଓ ଟେପରେ ରହିଥିବା କୁହାଯାଇଛି। ଏନେଇ ୧ ଲକ୍ଷ ୫୦ ହଜାରଟଙ୍କା ଅଭିଯୁକ୍ତି ଦେଇଥିବା କଥା ଅଡିଓ ଟେପରେ ରହିଛି। ଏହି ଅର୍ଥ କାହାକୁ ଦେଇଛନ୍ତି ତାହା ପ୍ରଶ୍ନ ଉଠାଇଛନ୍ତି। ମୋବାଇଲରେ କଥା ହୋଇଥିବା ଅଡିଓ ଓ ବିଭିନ୍ନ ଲୋକଙ୍କ ସହ ଯେଉଁ କଥାବାର୍ତା ହୋଇଛି ତାହାର ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି କରାଯାଇଛି। ଏଠାକାର ସାଂସଦ ଓ ଉମରକୋଟ ବିଧାୟକ ଏହି ମାଟିର ଜଣେ ମହିଳାକୁ ହତ୍ୟା ଘଟଣାର ଖଳନାୟକଙ୍କୁ ପ୍ରଶ୍ରୟ ଦେଇଛନ୍ତି। ଏହାର ତଦନ୍ତ ଦେବା ଆବଶ୍ୟକ ବୋଲି ଜିଲା ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି। ବଧୂହତ୍ୟାର ଦୁଇଦିନ ପୂର୍ବରୁ ବିପ୍ଲବ ସରକାର ଓ ତାଙ୍କ ମାଙ୍କ ମଧ୍ୟରେ କଥପ କଥନ ହୋଇଥିବା ଅଡିଓ ଟେପ ରହିଛି ବୋଲି କଂଗ୍ରେସ କହିଛି। ଏଅଞ୍ଚଳରେ ନିୟମିତ ଭାବେ ମହିଳା ମାନଙ୍କ ପ୍ରତି ଅନ୍ୟାୟ ଓ ହତ୍ୟା ଅଭିଯୋଗ ଆସୁଛି ଏହା ପଛରେ ରାଜ୍ୟ ସରକାର ଦାୟୀ କରାଯାଇଛି। ଅଡିଓ ଟେପରେ ଯାହା ରହିଛି ତାହାକୁ ନେଇ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ନଚେତ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଜିଲା ଓ ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ଚେତାବନୀ ଦେଇଛନ୍ତି। ତେବେ ଏହି ଘଟଣାକୁ ନେଇ କଂଗ୍ରେସ ୧୦ ଗୋଟି ଦାବୀ ରଖିଛି। ବିପ୍ଲବର କେଉଁ ସାଙ୍ଗ ଏସଡିପିଓ ଓ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବିପ୍ଲବ କହିବା ଅନୁଯାଇ ରାଜନେତାଓ ଓକିଲଙ୍କ ସହ ଥାନାରେ ରହି କଥା ହୋଇଛନ୍ତି। ଏନେଇ ଥାନା ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୂକ୍ତ କରାଯାଉ। ସାମଲ କିଏ ଏହି ହତ୍ୟା ଘଟଣା ପଛରେ କଣ ରହସ୍ୟ ରହିଛି। ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ କେଉଁ ପିଏ ଓ ସାଂସଦ ମଧ୍ୟରେ ଆଲୋଚନା କରାଇଥିଲା ଟେଲିଫୋନ ଓ ମୋବାଇଲ ନମ୍ବର କଲ ରେକର୍ଡ ସହ ସତ୍ୟତା ବାହାର କରାଯାଉ। ଜେଲରୁ ୧୨ ଦିନ ମଧ୍ୟରେ ବାହାରକୁ କରାଇଦେବି ନଚେତ ରାଜନୀତିରୁ ସନ୍ୟାସନେବେ ବୋଲି ସାଂସଦଶ୍ରୀ ମାଝୀଙ୍କ ନାମ ନେଇ ଅଡିଓ ଟେପରେ କୁହଯାଇଛି। ନିର୍ବାଚନ ସମୟରେ ବିପ୍ଲବ ସାହାର୍ଯ୍ୟ କରିବେ ବୋଲି ମଧ୍ୟ ଅଡିଓ ଟେପରେ କୁହାଯାଇଛି। ଅଭିଯୁକ୍ତର ମୋବାଇଲକୁ ଆଧାର କରି ଏହି ମନ୍ତବ୍ୟର ସତ୍ୟତା ବାହାର କରାଯାଉ। ଦେଢ ଲକ୍ଷ ଟଙ୍କା କାହାକୁ ଦିଆଯାଇଛି ତାହା ତଦନ୍ତ କରାଯାଉ। ଘରୋଇ ହୋଟେଲରେ ୧୩ ଜଣ ରାଜନେତା, ୨୩ ଜଣ ଓକିଲ ଓ ପୁଲିସ ବିଭାଗର ଅଧିକାରୀ ଉପସ୍ଥିତ ଥିବା ଅଡିଓ ଟେପରେ କୁହଯାଇଥିବାବେଳେ ହୋଟେଲର ସିସିଟିଭି ଫୁଟେଜ ବାହାର କରାଯାଉ। କଂଗ୍ରେସ, ବିଜେଡି ଓ ବିଜେପି ଯିଏ ହେଉଥାନ୍ତୁ ନା କାହିିଁକ ସେମାନେ ମା ଓ ମାଟିଠାରୁ ବଡ ନୁହଁନ୍ତି ଏହାକୁ ମଧ୍ୟ ତଦନ୍ତ କରାଯାଉ। ସରକାରୀ ଦଳର ନିର୍ବାଚିତ ପ୍ରତିନିଧି ଓ ପୁଲିସ ବିଭାଗର ନାମ ଆସୁଛି ଏନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଅବଶ୍ୟକ ସ୍ଥଳେ ଏସ.ଆଇ.ଟି ମଧ୍ୟ ତଦନ୍ତ କରିବା ଜରୁରୀ ରହିଛି ବୋଲି କୁହାଯାଇଛି। ଏହି ସମସ୍ତ ଦାବୀ ପ୍ରତି ସରକାର ଗୁରୁତ୍ୱ ନଦିଅନ୍ତ ଦେବେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଅନ୍ୟମାନଙ୍କର ମଧ୍ୟରେ ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ଉପସଭାପତି ଦିଲ୍ଲୀପ ବେହେରା ଓ ସଞୀବ ବିଷୋୟୀ, ଯୁବ କଂଗ୍ରେସ ସଭାପତି ଅଖିଳ ଭତରା, ଜିଲା ସମ୍ପାଦକ କୁନା ତ୍ରିପାଠୀ, ବୃନ୍ଦାବନ ତ୍ରିପାଠୀ, ଯୁବନେତା ଇମ୍ରାନ ଖାନ, ଅବଦୁଲ ଫିରୋଜ ଚନ୍ଦ୍ର ମଲ୍ଳିକ, ବାସୁଦେବ ପଟ୍ଟନାୟକ, ନଗର ସଭାପତି ଉତ୍ତମ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟଯେ, ନବରଙ୍ଗପୁର ଜିଲା ଅନ୍ତର୍ଗତ ଉମରକୋଟ ଥାନାର ୟୁଭି -୫୨ର ବିପ୍ଲବ ବିଶ୍ୱାସ ସିପ୍ରା ସରକାରଙ୍କୁ ଦେଢ ବର୍ଷ ତଳେ ମୁର୍ତୁମା ଗାଁରେ  ବିବାହ କରିଥିଲା। ଗତ ୫ ତାରିଖ ଦିନ ବାହାଘରକୁ ନେବା ବାଟରେ ନିର୍ମମ ଭାବେ ହତ୍ୟା କରିଥିଲେ। ଘରୋଇ କଳହ ସହ ସିପ୍ରାକୁ ମାଡ ମାରିବା ସହ ଗର୍ଭନଷ୍ଟ ପାଇଁ ପେଟରେ ଲାତ ମଧ୍ୟ ମାରିଥିଲା। ଏହାକୁ ନେଇ କିଛି ଦିନ ବାପ ଘରେ ରହିବ ବୋଲି ଏକ ବୈଠକରେ ନିଷ୍ପତ୍ତୀ ହୋଇଥିଲା। ମଙ୍ଗଳବାର ଦିନ ସ୍ତ୍ରୀ ସିପ୍ରା ଓ ଶିଶୁ କନ୍ୟାକୁ ଶ୍ୱଶୁର ଘରକୁ ଛାଡିବାକୁ ଯାଉଥିଲେ। ଚିକଲପଦର-ଅଧିକାରୀଗୁଡାଗାଁ ରାସ୍ତାରେ ଗାଡି ଅଟକାଇଥିଲେ। ସିପ୍ରାଙ୍କର ଶାଢିଚିରି ଶ୍ୱାସରୁଦ୍ଧ କରିବା କରିବା ପରେ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଏହା ପରେ ଶିଶୁ କନ୍ୟାକୁ ଅଧିକାରୀୀଗୁଡାରେ ଜଣଙ୍କ ଘରେଛାଡି ଥାନାରେ ଆତ୍ମସମର୍ପଣ କରିଥିଲେ। ଏହାକୁ ନେଇ ପୁଲିସ କେସ ନମ୍ବର ୭/୨୧ ରୁଜୁ କରି ଅଭିଯୁକ୍ତ ବିପ୍ଲବକୁ କୋର୍ଟ ଚାଲାଣ କରାଯାଇଛି।

Comments are closed.