ଏବେ ହେବନି ପିପିସି ସଭାପତି ନିର୍ବାଚନ: ଏ. ଚେଲ୍ଲା କୁମାର

ଭୁବନେଶ୍ବର: ପିସିସି ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡକ୍ଟର ଏ. ଚେଲ୍ଲା କୁମାର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏବେ ପିସିସି ସଭାପତି ପରିବର୍ତ୍ତନ ହେବ ନାହିଁ। ସଂଗଠନ ଠିକ ଚାଲିଛି, ଦଳୀୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ତେଣୁ ଏବେ ପିସିସି ସଭାପତି ନିର୍ବାଚନ ହେବ ନାହିଁ ବୋଲି ଏ.ଚେଲ୍ଲା କୁମାର ପ୍ରକାଶ କରିଛନ୍ତି। ପିପିଲି ଉପନିର୍ବାଚନ ସହ ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ କିଭଳି ସଫଳତା ମିଳିବ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଆସନ୍ତାମାସରୁ ପ୍ରତି ଜିଲା ଗସ୍ତ କରିବି। ଲୋକଙ୍କ ସହ ମିଶିବି। ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ନିକଟରେ ପହଞ୍ଚାଇବି। କଂଗ୍ରେସର ଅନେକ ଯୋଜନା ବିଜେଡ଼ି କିଭଳି ହାଇଜାକ କରିଛି ତାହା ଜଣାଇବି ବୋଲି ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡକ୍ଟର ଏ.ଚେଲ୍ଲା କୁମାର ପ୍ରକାଶ କରିଛନ୍ତି।

ଆଜି ନୂତନ ପିସିସି କମିଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡକ୍ଟର ଚେଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ରରାଜୁ ପ୍ରମୁଖ ଯୋଗଦେଇଥିଲେ।

କଂଗ୍ରେସର ରାଜ୍ୟ ପ୍ରଭାରୀ ଡ.ଏ ଚେଲ୍ଲା କୁମାର ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ କଂଗ୍ରେସର ନବନିଯୁକ୍ତ ଉପସଭାପତି, ସାଧାରଣ ସମ୍ପାଦକ, ଛାତ୍ର ସଙ୍ଗଠନ, ମହିଳା ଓ ଯୁବ ସଙ୍ଗଠନ ସହିତ ଅନ୍ୟାନ୍ୟ ଛାମୁଆ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ବୈଠକ କରିଥିଲେ। ପୌର ଓ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଏବେଠାରୁ ଦଳକୁ କିଭଳି ସୁସଙ୍ଗଠିତ କରାଯାଇ ପାରିବ ତା’ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

Comments are closed.