ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ବାଚତି ହୋଇଛନ୍ତି କଂଗ୍ରେସର ନାନା ପାଟୋଲେ। ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚନରୁ ବିଜେପି ଓହରି ଯିବାରୁ ନାନା ପାଟୋଲେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ନାନା ପାଟୋଲେଙ୍କୁ ମହାରାଷ୍ଟ୍ରର ବାଚସ୍ପତି କରିବା ପାଇଁ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ନିଷ୍ପତି ନେଇଥିଲେ। କିନ୍ତୁ ବିଜେପିର କାଳିଦାସ କୋଲମ୍ବକର ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ ବାଚସ୍ପତି ରହିଥିବାରୁ ବିଜେପି ବାଚସ୍ପତି ନିର୍ବାଚନ ଲଢିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବିଜେପି ଆଜି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନରୁ ଓହରି ଯିବାରୁ କଂଗ୍ରେସର ନାନା ପାଟୋଲେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

Comments are closed.