ପ୍ରଧାନମନ୍ତ୍ରୀଙ୍କର ଛାତ୍ରଛାତ୍ରୀଙ୍କୁ ସାମ୍ନା କରିବାର ସାହସ ନାହିଁ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଆନ୍ଦୋଳନ କରୁଥିବା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାମ୍ନା କରିବାର ସଦସାହସ ପ୍ରଧାନମନ୍ତ୍ରୀଙ୍କର ନଥିବା ରହୁଲ କହିଛନ୍ତି। ସେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରି କହୁଛି ଯେ ସେ ବିନା ସୁରକ୍ଷାରେ ଛାତ୍ରଛାତ୍ରୀଙ୍କୁ ସାମ୍ନା କରି ଦେଖାନ୍ତୁ। ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କର କଣ୍ଠରୋଧ କରୁଥିବା ମଧ୍ୟ ରାହୁଲ କହିଛନ୍ତି।
ରାହୁଲ ଆହୁରି କହିଛନ୍ତି ଯେ, ଚାଷୀ ଏବଂ ଯୁବକଙ୍କର କ୍ରୋଧ ଦିନକୁ ଦିନ ବଢିବାରେ ଲାଗୁଛି। ମାତ୍ର ତାଙ୍କ ସହିତ ଏନେଇ କଥା ହେବା ବଦଳରେ ମୋଦୀ ଏହାକୁ ଅଣଦେଖା କରୁଛନ୍ତି।
ଉଲ୍ଲେଖ ଯୋଗ୍ୟ, ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନଆରସିର ନେଇ ସାରା ଦେଶରେ ବିଦ୍ରୋହ କରାଯାଉଛି। ଏହି ବିରୋଧ ପ୍ରଦର୍ଶନରେ ଅଧିକାଂଶ ଛାତ୍ରଛାତ୍ରୀ ଓ ଯୁବ ବର୍ଗ ସାମିଲ ରହିଛନ୍ତି।

Comments are closed.