ମମିତା ମେହେର ହତ୍ୟାକାଣ୍ଡ : ମନ୍ତ୍ରୀଙ୍କ ବହିସ୍କାର ଦାବିରେ ଚୌଦ୍ୱାର କଂଗ୍ରେସର ବିକ୍ଷୋଭ

ଚୌଦ୍ୱାର : ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସଂପୃକ୍ତି ଥିବା ଅଭିଯୋଗକରି ତାଙ୍କୁ ତୁରନ୍ତ ବହିସ୍କାର କରିବା ଦାବିରେ ଚୌଦ୍ୱାର ନଗର କଂଗେସ ତରଫରୁ ସୋମବାର ସ୍ଥାନୀୟ ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ନଗର କଂଗ୍ରେସ ସଭାପତି ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମୀ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ଶାସକ ବିଜେଡ଼ି ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଘଣ୍ଟ ଘୋଡ଼ାଇବା ସହିତ ସମ୍ପୃକ୍ତ ଦଳୀୟ ନେତା ଓ କର୍ମୀ ମାନଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ବିଜେଡ଼ି ସରକାର ଅମଳରେ ରାଜ୍ୟରେ ଆଇନ୍ ଶୃଂଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଲାଣି ବୋଲି ବହୁ ନେତା ଅଭିଯୋଗ କରିଥିଲେ। ବିକ୍ଷୋଭକାରୀ ମାନେ ମଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଦଳୀୟ ନେତା ହରିହର ପରିଡ଼ା, ମୋନାଲିସା ଦାସ, ସ୍ମୃତି ରଞ୍ଜନ ରାଉତ, ମାନସ ପରିଡ଼ା, ସୁବାସ ଚନ୍ଦ୍ର ଦଳେଇ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

Comments are closed.