ନଭେମ୍ବର ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା 

ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ଵର :  ମମିତା ମେହେର ହତ୍ୟା ଘଟଣା ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କର ଏବଂ ଖୋଦ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଅପରାଧୀ ମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ଅପରାଧରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ବରଖାସ୍ତ କରୁନାହାନ୍ତି । ତାଙ୍କ ବିରୋଧରେ ଆପତତଃ ପ୍ରମାଣ ଥାଇ ମଧ୍ୟ ମୋକଦ୍ଦମା ରୁଜୁ କରୁନାହାନ୍ତି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯ୍ୟାତନା ଘଟିଚାଲିଛି। ସମଗ୍ର ରାଜ୍ୟ ଆଜି ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି । ଆଇନ କାନୁନକୁ ଭୃକ୍ଷେପ ନାହିଁ । ହତ୍ୟା, ଗଣଦୁର୍ଷମ ମାନବ ଚାଲାଣ ଏବଂ ନିଶା ସାମଗ୍ରୀର କାରବାର ରାଜ୍ୟରେ ଦ୍ରୁତି  ଗତିରେ ବୃଦ୍ଧିପାଇ ଚାଲିଛି । ସୁତରାଂ ୧୦ ଦିନ ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀ ମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଦା ନକରନ୍ତି, ତାଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ଦାୟର ନକରନ୍ତି ଏବଂ ତାଙ୍କୁ ଗିରଫ ନକରନ୍ତି ଏହାର ପ୍ରତିବାଦରେ ଆସନ୍ତା  ୧୨ ତାରିଖ ଶୁକ୍ରବାର ଦିନ ଓଡ଼ିଶା ବନ୍ଦ କରିବାକୁ କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ବୋଲି ସୋମବାର ପ୍ରେସ ବାର୍ତ୍ତା ଜରିଆରେ ପିସିସି ଉପସଭାପତି ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି।
ନାରୀର ସମ୍ମାନ ଓ ନାରୀ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ନିଷ୍ପତିକୁ ଓଡ଼ିଶାବାସୀଙ୍କୁ କଂଗ୍ରେସ ତରଫରୁ ପୂର୍ଣ୍ଣପ୍ରାଣରେ ସହଯୋଗ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି ।

Comments are closed.