କୃଷକଙ୍କ ସମର୍ଥନରେ ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

ସମ୍ବଲପୁର : ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହିତ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ସମ୍ବଲପୁର ଜିଲା ଯୁବକ କଂଗ୍ରେସ ତରଫରୁ ଏକ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଜିଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାରଙ୍କ ନେତୃତ୍ୱରେ ଯୁବ କର୍ମୀମାନେ କୃଷକଙ୍କ ସମର୍ଥନର ଲକ୍ଷ୍ମୀ ଟକିଜ୍ ଛକ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟଠାରୁ ମଶାଲ ଧରି ଏକ ପଟୁଆରରେ ବାହାରି ଗୋଲବଜାର ଛକ ପର୍ଯ୍ୟନ୍ତ ଯାଇଥିଲେ। ଗୋଲବଜାର ଛକରେ କେନ୍ଦ୍ର ସରକାରଙ୍କ ବିରୋଧ ଓ କୃଷକଙ୍କ ସମର୍ଥନରେ ନାରାବାଜି କରି ପ୍ରଦର୍ଶନ କରିଥିଲେ। ଏଥିରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଆଶୁତୋଶ ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ସୁରେଶ୍ୱର ମିଶ୍ର, ଆସଫ ଅଲ୍ଲୀ ଖାନ, ବିଜୟ ଭୁୟାଁ, ସୁଧିର ପଣ୍ଡା, ରେଣୁ କରିମ, ସୁରଞ୍ଜିନୀ ବାରିକ, ଦିନବନ୍ଧୁ ପରିଡା, ନିଳକଣ୍ଠ ନାୟକ, ମହମ୍ମଦ ଜୁବେର, ମହମ୍ମଦ ଶକୁର, ମୋହନ ଶାହା, ଶେଖ ହାସିମ, ମୁକେଶ ଶର୍ମା, ବିକାଶ ବେହେରା, ନିଳକଣ୍ଠ ମେସୁଆ, ଆଲୋକ ପଟ୍ଟନାୟକ, ଯୋଗେଶ ବାଗ, ମୁକେଶ ନାୟକ, ପିଙ୍କୁ ସିଂହ, ମହମ୍ମଦ ସୁଲତାନ, ଅନୁପ ବାନୀ, କ୍ରାନ୍ତି ମୁଖି, ଗିରିଶ ପୃଷେଠ, ହରି ମେହେରଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ।

Comments are closed.