ମାସ୍କ ଓ ପିପିଇ କିଟ୍‍ ଦୁର୍ନୀତିର ତଦନ୍ତ ଦାବି କରି ଯୁବ କଂଗ୍ରେସର ବିକ୍ଷୋଭ ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ଵର : ରାଜ୍ୟରେ ହୋଇଥିବା ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତିର ତଦନ୍ତ ଦାବି କରି ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପଦର୍ଶନ ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।  ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି  ଲୋକନାଥ ମହାରଥିଙ୍କ ନେତୃତ୍ୱରେ ଯୁବକର୍ମୀମାନେ ମାସ୍କ ଏବଂ ପିପିଇ କିଟ୍‍ ଦୁର୍ନୀତିରେ ଲିପ୍ତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏବଂ ଆଇଏଏସ୍‍ ହେମନ୍ତ ଶର୍ମାଙ୍କୁ ବରଖାସ୍ତ କରିବା ପାଇଁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପଦର୍ଶନ କରିଥିଲେ । ଏଥିସହିତ ଏହି ଦୁର୍ନୀତିରେ ଲିପ୍ତଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ ସହ ସିବିଆଇ ତଦନ୍ତ ଦାବିରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଯୁବ କଂଗ୍ରେସ କର୍ମୀମାନେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ ନବଦାସ ଓ ଆଇଏଏସ ହେମନ୍ତ ଶର୍ମାଙ୍କ କୁଶପୁତଳିକା ଦାହ କରିଥିଲେ ।  ଉଭୟ ମନ୍ତ୍ରୀ ଏବଂ ସଚିବଙ୍କୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଥିବା ମୁଖ୍ୟମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ ଯୁବ କଂଗ୍ରେସ ଦାବି କରିଛି। ଏହି ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ସାରା ରାଜ୍ୟରେ ଯୁବ କଂଗ୍ରେସ ବିକ୍ଷୋଭ କରିବ ବୋଲି ଶ୍ରୀ ମହାରଥି ଚେତାବନୀ ଦେଇଛନ୍ତି।

Comments are closed.