ଭାରତରେ ୨୦୦ କୋଟି ଟୀକାକରଣ, ଶୁଭେଚ୍ଛା ଜଣାଇଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ

ଡେସ୍କ: ଭାରତ କରୋନା ଟୀକାକରଣ ମାମଲାରେ ଇତିହାସ ରଚିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡଃ ପୁନମ କ୍ଷେତ୍ରପାଳ ସିଂହ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ଭିଡିଓ ଟ୍ୱିଟରେ କହିଛନ୍ତି ଯେ ଭାରତରେ ୨୦୦ କୋଟି ଟୀକାକରଣ ଦର୍ଶାଉଛି ଯେ କରୋନା ସଂକ୍ରମଣ କମ କରିବା ଦିଗରେ ଭାରତ ଦୃଢ ଓ ସଂକଳ୍ପବଦ୍ଧ ଉପାୟରେ ପଦକ୍ଷେପ ଗ୍ରହଣ କରୁଛି।

ସେ କହିଛନ୍ତି, କୋଭିଡ ଟୀକା ସମସ୍ତ ପ୍ରକାର କରୋନା ସଂକ୍ରମଣରୁ ସୁରକ୍ଷା ଦେଇଥାଏ ଏବଂ ଆମେ ନିଶ୍ଚିତ କରିବା ଆବଶ୍ୟକ ଯେ ସବୁଆଡେ ସମସ୍ତେ ଯେପରି ଟୀକାକରଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବେ। କରୋନା ଟୀକା ନେଇଥିଲେ ମଧ୍ୟ ଆମ ସମସ୍ତଙ୍କୁ ସତର୍କ ରଖିବାକୁ ହେବ ବୋଲି ସେ କହିଛନ୍ତି।

Comments are closed.