ଟିପିସିଓଡିଏଲ୍ ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ଟିପିସିଓଡିଏଲ୍ ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ସ୍ଥାନୀୟ ପୁଲନଖରା ଛକ ସବଡିଭିଜନ କାର୍ଯ୍ୟାଳୟ ଠାରେ ଗଣ ଆନ୍ଦୋଳନ କରଯାଇଥିଲା । କଂଗ୍ରେସ ତରଫରୁ ଜନହିତକର ଦାବିଗୁଡିକୁ ନେଇ ଏହି ଗଣ ଆନ୍ଦୋଳନ କରାଯାଇଥିଲା। କୋଭିଡ ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ସମୟର ଦେଢ଼ ବର୍ଷ ଆଦାୟ ନ ହୋଇଥିବା ବିଦ୍ୟୁତ୍ ବିଲ୍ କୁ ଜୋର ଜବରଦସ୍ତ ଆଦାୟ କରୁଥିବାରୁ ଭୁବନେଶ୍ୱର୍ ଜିଲ୍ଲାର ତିନି ନମ୍ବର ଯୋନର ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସଭାପତିତ୍ବରେ ଏବଂ ଦୁଇ ନମ୍ବର୍ ବ୍ଲକର ସଭାପତି ଅଶୋକ ଦାସଙ୍କ ନେତୃତ୍ୱରେ ଅଜି ଏହି ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଟାଟା କମ୍ପାନୀ ଆଉ ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକାର ଯେଉଁ ଖେଳ ଚାଲିଛି ତାହାର ଫାଇଦା ନେଇ ଟାଟା କମ୍ପାନୀ ଓଡ଼ିଶା ବାସୀଙ୍କୁ ଶୋଷଣ କରୁଛନ୍ତି । ତାକୁ ଆଉ ବରଦାସ୍ତ କରାଯିବନି। ଟାଟା କମ୍ପାନୀ ବିରୁଦ୍ଧରେ ଗଳି କନ୍ଦିରେ ଆନ୍ଦୋଳନ କରାଯିବ। ଟାଟା କମ୍ପାନୀର ମନୋମୁଖି କାର୍ଯ୍ୟକ୍ରମ ବିରୁଦ୍ଧରେ ସମସ୍ତ କଂଗେସ କର୍ମୀ ଲଢେଇ କରିବେ ଏବଂ ଟାଟା କମ୍ପାନୀ ଯେଉଁ ଭଳି ମନୋମୁଖୀ କର୍ଯ୍ୟ କରିଛନ୍ତି ପୁରୁଣା ମିଟର ଥିବାରୁ ନୂଆ ମିଟର ବସେଇବାର ଆବଶ୍ୟକ ନାହିଁ ତଥାପି ନୂଆ ମିଟର ବସାଉଥିବାରୁ ତାଙ୍କୁ ଦୃଢ଼ ନିନ୍ଦା କରିଛନ୍ତି । ଆଗାମୀ ଦିନରେ ଲୋକ ମାନେ ବିଚ୍ ରାସ୍ତାରେ ଜବାବ୍ ଦେବେ ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପ ସଭାପତି ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ରଂଜନ ଚୌଧୁରୀ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋରଞ୍ଜନ ଦାଶ, ଭୁବନେଶ୍ୱର ବ୍ଲକ୍ କଂଗ୍ରେସ କମିଟିର ସଭାପତି ଚାରି ନମ୍ବର ବ୍ଲକ୍ କଂଗ୍ରେସ କମିଟିର ଶ୍ରୀଧର ବଳିଆସିଂହ, ଛଅ ନମ୍ବର୍ ବ୍ଲକ୍ ଜୋନର ର ସଭାପତି ମିହିର୍ ଆଚାର୍ଯ୍ୟ ପ୍ରମୁଖ , କଟକ ଜିଲ୍ଲାର ବାରଙ୍ଗ ସଭାପତି ଶ୍ରୀଯୁକ୍ତ ହାତୀ,ପିସିସି ସମ୍ପାଦକ ସୁବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇ ବିଜୁଜନତା ଦଳ, ନବିନସରକାରଙ୍କ ପ୍ରତୀ କଟୁ ସମାଲୋଚନା କରି ଏତାଦୃଶ କାର୍ଯ୍ୟ ପାଇଁ ତ୍ରିବ୍ର ନିନ୍ଦା କରିବା ସହ ଏହା ୫୦୦ କୋଟିର ଦୁର୍ନୀତି ବୋଲି କହିଥିଲେ।ସର୍ବ ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଟିପିସିଓଡିଏଲ ମୁଖ୍ୟଙ୍କ ଉଦେଶ୍ୟରେ କନିଷ୍ଠ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Comments
Loading...