ପ୍ରବାସ ଫେରନ୍ତାଙ୍କ ଟ୍ରେନ୍ ଭଡ଼ା: କଂଗ୍ରେସ-ବିଜେପି ଟ୍ବିଟର ଯୁଦ୍ଧ

ଭୁବନେଶ୍ବର (ବ୍ୟୁରୋ):  ବିଭିନ୍ନ କାର୍ଯ୍ୟରେ ଶ୍ରେୟ ନେବାର ପ୍ରତିଯୋଗିତା ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସବୁବେଳେ ଚାଲେ । ହେଲେ କରୋନାକୁ ନେଇ ସାରା ଦେଶ ଆତଙ୍କିତ ଥିବାବେଳେ ପ୍ରବାସରୁ ଟ୍ରେନ୍ ଯୋଗେ ଫେରୁଥିବା ଶ୍ରମିକଙ୍କ ଭଡ଼ାକୁ ନେଇ ଏବେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଯେଉଁ ଟ୍ବିଟର ଯୁଦ୍ଧ ଆରମ୍ଭ ହୋଇଛି ସେଥିରେ ବିଚରା ଶ୍ରମିକ ଓ ପ୍ରବାସୀଙ୍କ ଅବସ୍ଥା ବେହାଲ । ଭଡା ପ୍ରସଙ୍ଗକୁ ନେଇ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ ଘେରିଥିବାବେଳେ ବିଜେପିର ଦୁଇ ବରିଷ୍ଠ ନେତା ମଧ୍ୟ ପାଲଟା ଜବାବ ଦେଇଛନ୍ତି । କଂଗ୍ରେସ ଠିକ ଭାବରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ପଢ଼ିନାହିଁ ବୋଲି ପାଲଟା ଅଭିଯୋଗ କରିଛି ।

ପ୍ରଥମେ ଶ୍ରମିକଙ୍କ ଭଡ଼ାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଳ ଗାନ୍ଧୀ । ବିଦେଶରୁ ଲୋକମାନଙ୍କୁ ଆଣିବା ପାଇଁ ବିମାନ ଖର୍ଚ ବ୍ୟୟ କେନ୍ଦ୍ର ସରକାର ବହନ କରୁଥିବାବେଳେ ଦେଶରେ ନିଜ ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କଠାରୁ ଭଡ଼ା ଆଦାୟର ଯୌକ୍ତିକତାକୁ ନେଇ ଉଠାଇଥିଲେ ପ୍ରଶ୍ନ । କେବଳ ସେତିକି ନୁହେଁ, ଶ୍ରମିକଙ୍କଠାରୁ ଭଡ଼ା ଆଦାୟ କରି ରେଳ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୧୫୧ କୋଟି ଟଙ୍କା ଚାନ୍ଦା ଦେଇଥିବା ନେଇ ନିଜ ଟ୍ବିଟରରେ ଉଲ୍ଲେଖ କରିଥିଲେ ।

ରାହୁଳଙ୍କ ଏହି ଟ୍ବିଟ ଆକ୍ରମଣ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରବାସରୁ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ଟ୍ରେନ୍ ଭଡ଼ା କଂଗ୍ରେସ ବହନ କରିବ । ସୋନିଆ ଘୋଷଣା କରିଛନ୍ତି ଯେ, କଂଗ୍ରେସ  ଗରିବ  ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ଉଠାଇବ । ଏହାପରେ କଂଗ୍ରେସର ଅନ୍ୟତମ ପ୍ରମୁଖ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଶ୍ରମିକଙ୍କଠାରୁ ଟ୍ରେନ୍ ଭଡ଼ା ଆଦାୟ ନେଇ ପ୍ରଶ୍ନ ଉଠାଇଥିଲେ ଓ କଟୁ ସମାଲୋଚନା କରିଥିଲେ ।

କଂଗ୍ରେସର ତିନି ପ୍ରମୁଖ ନେତା ରାହୁଳ, ସୋନିଆ,ପ୍ରିୟଙ୍କାଙ୍କ ଏହି ଟ୍ବିଟ୍ ଆକ୍ରମଣ ସମ୍ପର୍କରେ କେନ୍ଦ୍ର ସରକାର ବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ବିଜେପିର ଦୁଇ ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି ଶ୍ରମିକ ଓ ପ୍ରବାସୀଙ୍କ ଯାତ୍ରାର ୮୫% ରେଳବାଇ ଅବଶିଷ୍ଟ ଖର୍ଚ ରାଜ୍ୟ ସରକାର ବହନ କରୁଛନ୍ତି ବୋଲି କହିଥିଲେ।

ଅନ୍ୟପକ୍ଷରେ କଂଗ୍ରେସର ଅଭିଯୋଗର ଉତ୍ତର ଦେବାକୁ ଓହ୍ଲାଇ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ତାଙ୍କର ଟ୍ବିଟର ଆକାଉଣ୍ଟରେ ଶ୍ରମିକଙ୍କ ଯାତ୍ରା ଭଡ଼ାର ୮୫% ରେଳବାଇ ଓ ୧୫% ସଂପୃକ୍ତ ରାଜ୍ୟ ସରକାର ବହନ କରୁଥିବା ଉଲ୍ଲେଖ କରି ଏକ ବିଜ୍ଞପ୍ତି ପୋଷ୍ଟ କରିଛନ୍ତି । ଏଥିରେ ସେ ରାହୁଳ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ର୍ରଣାଳୟ କୌଣସି ଷ୍ଟେସନରେ ଟିକେଟ ବିକ୍ରି କରାଯିବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ରେଳବାଇ ନିଜସ୍ତରରେ ଏଥିପାଇଁ ୮୫% ଖର୍ଚ ଭରଣା କରୁଛି ଓ ୧୫% ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି । ମଧ୍ୟପ୍ରଦେଶ ବିଜେପି ସରକାର ଏହି ୧୫% ଭଡ଼ା ବହନ କରୁଛନ୍ତି । ଅନ୍ୟ ରାଜ୍ୟ ସରକାର ଚାହିଁଲେ ଏପରି ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ଶ୍ରୀ ପାତ୍ର ତାଙ୍କ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।

 

Migrant workers train fare: BJP, opposition engaged in war of ...

 

Comments are closed.