ରଞ୍ଜିତ ପଟ୍ଟନାୟକ ଙ୍କ ବିୟୋଗରେ ଯୁବ ଉଦୟନର ଶୋକ ପ୍ରକାଶ

ସମ୍ବଲପୁର (ସିଟି) – ପ୍ରଖ୍ୟାତ ନାଟ୍ୟକାର, ସଂଳାପକାର ରଞ୍ଜିତ ପଟ୍ଟନାୟକ ଙ୍କ କଟକ ସ୍ଥିତ ସିଡିଏ – ୯ ବାସଭବନରେ ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି । ବିଗତ କିଛି ସମୟ ଧରି ସେ ଲିଭର ସର୍ମ୍ପକିତ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ । ଅନେକ ଓଡିଆ ଚଳଚ୍ଚିତ୍ରରେ ସ୍ୱର୍ଗତ ପଟ୍ଟନାୟକ ସଂଳାପ ଲେଖିଥିବା ବେଳେ ଓଡିଆ ନାଟକ ସମେତ ଟେଲି ସିରିଏଲରେ ମଧ୍ୟ ସଂଳାପ ରଚନା ଜାରି ରଖିଥିଲେ ।

୧୯୮୨ ମସିହାରେ ସମ୍ବଲପୁରର ଝାଡୁଆପଡା ସ୍ଥିତ ଆରଣ୍ୟକ ମଞ୍ଚରେ ତାଙ୍କର ରଚନା ଓ ନିର୍ଦ୍ଦେଶନାରେ ଓଡିଆ ନାଟକ ‘ବଧିର ଈଶ୍ୱର’ ମଞ୍ଚସ୍ଥ ହୋଇଥିଲା । ଯୁବ ଉଦୟନ ସମ୍ବଲପୁର ଅନୁଷ୍ଠାନର ଜଣେ ଶୁଭେଚ୍ଛୁ ଙ୍କୁ ହରାଇ ଆମେ ମର୍ମାହତ ବୋଲି ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ ପରିବାରଙ୍କୁ ଯୁବ ଉଦୟନ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ଜାରି ପ୍ରେସ ବାର୍ତ୍ତାରେ ସୂଚନା ଦିଆଯାଇଛି ।

Comments are closed.