ଅରିନ୍ଦମ ଦାସଙ୍କ ବିୟୋଗରେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ଶୋକ

ଲାଞ୍ଜିଗଡ଼ : ଓଡ଼ିଆ ସାମ୍ବାଦିକତା ଜଗତର ଅମ୍ଲାନ ପ୍ରତିଭା ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଓଡ଼ିଶାର ଗଣମାଧ୍ୟମ ଜଗତ ଏକ ପ୍ରକାର ସ୍ତବ୍ଧ ଓ ଶୋକାଭିଭୁତ ହୋଇପଡ଼ିଛି ଓଟିଭିର ମୁଖ୍ୟ ସମ୍ବାଦଦାତା ଭାବେ କାର୍ଯ୍ୟରତ ଅରିନ୍ଦମ ଆଜି ମହାନଦୀରେ ଭାସିଯାଉଥିବା ହାତୀକୁ ଉଦ୍ଧାର ଅପରେସନର ଲାଇଭ୍ ପ୍ରସାରଣ ପାଇଁ ନିଜର ସହଯୋଗୀ କ୍ୟାମେରାମେନ୍ ପ୍ରଭାତ ସିହ୍ନାଙ୍କ ସହିତ ଓଡ୍ରାଫ୍ ଟିମ୍ ସହିତ ଏକ ରବର ବୋଟ୍ ରେ ଯାଇଥିଲେ । ତେବେ ହାତୀ ଉଦ୍ଧାର କରିବା ସମୟରେ ପ୍ରଖର ସ୍ରୋତ ଯୋଗୁଁ ରବର ବୋଟଟି ଓଲଟି ପଡ଼ିଥିବାବେଳେ ଏଥିରେ ଅରିନ୍ଦମଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ହସ୍ପିଟାଲ ନେବା ବାଟରେ ତାଙ୍କର ମ୍ରୁତ୍ୟୁ ଘଟିଥିଲା । ଅରିନ୍ଦମଙ୍କ ବିୟୋଗ ସଂପର୍କରେ ଖବର ମିଳିବା ପରେ ଆଜି ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଅରିନ୍ଦମଙ୍କ ବିୟୋଗରେ ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଏକ ଶୋକସଭା କରାଯାଇଛି। ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକସଭାରେ ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍. ଚନ୍ଦ୍ରଶେଖର, କ୍ଷମାନିଧି ମହାକୁଡ଼, ସନ୍ତୋଷ ତୁଳ, ଗୋପାଳଦାସ ମହାନନ୍ଦ, ଧର୍ମେନ୍ଦ୍ର ପଣ୍ଡା, କୋଦଣ୍ଡଧର ପ୍ରଧାନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Comments are closed.