ଝାରପଡ଼ା ଜେଲର୍ କଏଦୀଙ୍କୁ ନିଜସ୍ବ କାମରେ ନିୟୋଜିତ କରୁଥିବା ଅଭିଯୋଗ

ଭୁବନେଶ୍ବର: କଏଦୀଙ୍କୁ ନିଜସ୍ବ କାମରେ ନିୟୋଜିତ କରୁଛନ୍ତି ଜେଲ୍‌ ଅଧିକାରୀ। ଏପରି ଏକ ଅଭିଯୋଗ ଆସିଛି ଝାରପଡ଼ା ଜେଲର୍ ସନ୍ତୋଷିନୀ ଦାସଙ୍କ ନାଁରେ। ଜେଲର୍‌ ଶ୍ରୀମତି ଦାସ କଏଦୀଙ୍କୁ ଆଣି ଜେଲ୍‌ କ୍ବାର୍ଟର ପରିସରରେ ନିଜ ବାଡ଼ି ସଫା କରାଉଥିବା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ମଧ୍ୟ ହସ୍ତଗତ ହୋଇଛି। ଭିଡିଓରେ କଏଦୀ ବାଡ଼ି ସଫା କରୁଥିବା ଦେଖିବାକୁ ମିଳିଛି।

ତେବେ ଏପରି କରିବାକୁ ଜେଲ୍‌ ମାନୁଆଲରେ ଅନୁମତି ନାହିଁ। କେହିବି ଜେଲ୍‌ ଅଧିକାରୀ କଏଦୀମାନଙ୍କୁ ନିଜସ୍ବ କାର୍ଯ୍ୟରେ ଲଗାଇ ପାରିବେନି। ଅପରପକ୍ଷେ, ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଏନେଇ ପଚାରିବାରୁ, ସ୍ବାଧୀନତା ଦିବସ ପାଇଁ ସଫେଇ କରାଯାଉଛି ଓ ଜେଲ୍‌ ମାନୁଆଲ୍‌ ଅନୁସାରେ ଏପରି କରିହେବ ବୋଲି କହିଛନ୍ତି।

Comments are closed.