ଭୋପାଳର ଜୈନ ଓ ଗୁଜରାଟି ସମାଜ ସଙ୍ଗଠନର କଡ଼ା ପଦକ୍ଷେପ : ଏଣିକି ବରଯାତ୍ରୀରେ ନାଚି ପାରିବେନି ମହିଳା

ଭୋପାଳ : ମଧ୍ୟପ୍ରଦେଶ ଭୋପାଳର ଜୈନ ଓ ଗୁଜରାଟି ସମାଜ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଏକ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ବରଯାତ୍ରୀରେ ମହିଳାମାନେ ନାଚିବା ପାଇଁ ସଙ୍ଗଠନ ପକ୍ଷରୁ ବାରଣ କରାଯାଇଛି। ଖାଲି ସେତିକି ନୁହେଁ ବିବାହ ପୂର୍ବରୁ କରାଯାଉଥିବା ଫଟୋ ଶୁଟ ଓ ଝିଅଙ୍କ ସଙ୍ଗୀତ କାର୍ଯ୍ୟକ୍ରମରେ ପୁରୁଷ କୋରିଓଗ୍ରାଫର ଆସି ପାରିବେ ନାହିଁ ବୋଲି ମଧ୍ୟ ସଙ୍ଗଠନ ପକ୍ଷରୁ ରୋଖଠୋକ୍ କୁହାଯାଇଛି।
ଏହି ସମସ୍ଥ ପ୍ରଥା ଭୋପାଳର ଜୈନ ଓ ଗୁଜରାଟି ସମାଜଙ୍କ ସଂସ୍କୃତିର ବାହାରେ ଏବଂ ଏହି ପ୍ରଥା ଗୁଡିକ ସମାଜରେ ସମସ୍ୟା ସୃଷ୍ଟି କରୁଥିବା କାରଣରୁ ଏହାକୁ ବାରଣ କରାଯାଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି।

Comments are closed.