ବାଙ୍କୀ ଏନ୍ଏସିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ବିଧାୟକ

ବାଙ୍କୀ(ଡମପଡ଼ା) : ବାଙ୍କୀ ବିଜ୍ଞପିତ ଅଞ୍ଚଳ ପରିଷଦର ଅନେକ ନୂତନ ପକଳ୍ପକୁ ଶୁକ୍ରବାର ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏବଂ ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ଉଦଘାଟନ କରିଛନ୍ତି। ବାଙ୍କୀ ଏନ୍ଏସିର ରଣପୁର ଠାରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର-୨ର ଭୂମିପୂଜା କରିବା ସହ ୯ନମ୍ବର ୱାର୍ଡ ଠାରେ ମହିଳାମାନଙ୍କ ପାଇଁ ଗୋଷ୍ଠୀ ପାଇଖାନା ଏବଂ ଖମାରଙ୍ଗ ଗ୍ରମର ୬ନମ୍ବର ୱାର୍ଡର କମ୍ୟୁନିଟି ଆକ୍ଟିଭିଟି ସେଣ୍ଟରକୁ ବିଧାୟକ ଏବଂ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।
ଏହି ଅବସରରେ ବାଙ୍କୀ ଏନ୍ଏସି ଅନ୍ତର୍ଗତ ଖମାରଙ୍ଗ ମିଣନ ଶକ୍ତି ନୂତନ ସଭା ଗୃହଠାରେ ବରିଷ୍ଠ ଆଇନଜୀବୀ ଧର୍ମପ୍ରସାଦ ମଙ୍ଗରାଜଙ୍ଗ ସଭପତିତ୍ୱରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ନୂତନ ଭାବେ ନିର୍ମାଣ କରାଯାଇଥିବା ମିଶନ ଶକ୍ତିର କମ୍ୟୁନିଟି ଆକ୍ଟିଭିଟି ସେଣ୍ଟରର ଲାଭ ଉଠାଇବା ସଂପର୍କରେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ସମ୍ମାନୀୟ ଅତିଥି ଭାବେ ବାଙ୍କୀ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୟ ରଞ୍ଜନ ମହାପାତ୍ର ନୂତନ ପକଳ୍ପ ସଂପର୍କରେ ସୂଚନା ଦେଇଥିଲେ। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ୬୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସେଠାରେ ଏକ କେକ୍ କଟାଯାଇ ଜନ୍ମ ଦିବସ ପାଳନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କେଶବ ଚନ୍ଦ୍ର ବେହେରା, ଏନଏସି କନିଷ୍ଠ ଯନ୍ତ୍ରୀ, ପୂର୍ବତନ କାଉନସିଲର୍ ସନାତନ ବେହେରା, ପୂର୍ବତନ ବ୍ୟଙ୍କ ସଭାପତି ସୁବାସ ପାଢୀ, ବିଜେଡି ନେତା ସମରେନ୍ଦ୍ର ମହାପାତ୍ର, ଯୁବବିଜେଡି ସଭାପତି ସନ୍ତୋଷ ରଣା ପ୍ରମୁଖ ଉପସ୍ଥିତ ଥିଲେ ।