ଶୀଘ୍ର ଆସିବ ଫୋଲ୍‌ଡିଂ ବାଇକ୍

ଜାପାନର ଟୋକିଓ ବିଶ୍ବବିଦ୍ୟାଳୟର ଗବେଷକ ସମୂହ ନିକଟରେ ଏକ ଅତ୍ୟାଧୁନିକ ବାଇକ୍ ତିଆରି କରିଛନ୍ତି। ଏହାର ନାମ ‘ପୋଇମୋ’ ରଖାଯାଇଥିବାବେଳେ ବାଇକ୍‌‌କୁ ଫୋଲ୍‌ଡିଂ କରି ବ୍ୟାଗରେ ଭର୍ତ୍ତି କରିହେବ। ପ୍ଲାଷ୍ଟିକ୍‌‌ରେ ତିଆରି ଏଇ ବାଇକ୍‌କୁ ୨ମିନିଟ୍‌ରେ ଚଳାଇବା ନିମନ୍ତେ ତିଆରି କରିହେବ ବୋଲି ଗବେଷକ ମୁଖ୍ୟ କହିଛନ୍ତି। ଏବେ ଏହାର ଓଜନ ୫.୪୪କିଲୋ ଥିବାବେଳେ ବାଇକ୍‌ର ଓଜନ କମ୍ କରିବାକୁ ଗବେଷକ ସମୂହ ଚେଷ୍ଟା ଚଳାଇଛନ୍ତି। ଅତ୍ୟନ୍ତ ହାଲୁକା ଏଇ ବାଇକ୍‌‌କୁ ଫୋଲ୍‌ଡ କରି ନିଜ ବ୍ୟାଗ୍‌ରେ ରଖିପାରିବେ। ଏହି ନୂତନ ଡିଜାଇନ୍‌‌ର ବାଇକ୍‌ ଆପଣଙ୍କୁ ପାର୍କିଂ ଚିନ୍ତାରୁ ମୁକ୍ତ ରଖିବା ସହ ଏଥି ନିମନ୍ତେ ଇନ୍ଧନ ଖର୍ଚ୍ଚର ମଧ୍ୟ ଆବଶ୍ୟକତା ନାହିଁ।

Comments are closed.