କଲେଜରେ ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ଛାତ୍ର ଅସନ୍ତୋଷ

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ୪ଟି କଲେଜରେ ଯୁକ୍ତ ୩ର ଶେଷ ତିନୋଟି ସେମିଷ୍ଟରର ପରୀକ୍ଷା ଫଳ ପ୍ରକାଶ ପାଇନାହିଁ। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଭିନ୍ନ ବିଶ୍ବବିଦ୍ୟାଳୟରେ ପିଜି ପାଇଁ ନାମଲେଖା ତାରିଖ ପାଖେଇ ଆସୁଥିବା ବେଳେ ଫଳାଫଳ ପ୍ରକାଶ ପାଇ ନ ଥିବାରୁ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ନେଇ ଆଶଙ୍କାରେ ଅଛନ୍ତି। ଏହି ସମସ୍ୟାକୁ ନେଇ କଲେଜର ହଜାର ହଜାର ଛାତ୍ରଛାତ୍ରୀଙ୍କ ମନରେ​‌ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିଛି।

Comments are closed.