କଣ୍ଟେନମେଣ୍ଟ ଜୋନ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭବାନୀପାଟଣା: କଳାହାଣ୍ଡି ଜିଲାରେ ଧିରେଧିରେ କରୋନା ସଂକ୍ରମଣ ବଢି ଚାଲିଛି। ଭବାନୀପାଟଣା ସହରରେ ପଜିଟିଭ ଚିହ୍ନଟ ହେବା ପରେ ଜିଲାପାଳ ଡା. ଗାଭିଲ ପରାଗ ହର୍ଷଦ ସହରର ବିଭିନ୍ନ ୱାର୍ଡ଼ ବୁଲି କଣ୍ଟେନମେଣ୍ଟ ଜୋନ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁରୁଣାପଡାର ୱାର୍ଡ ନଂ. ୧୪ ଓ ୧୫ ଏବଂ ଶକ୍ତିନଗରପଡା ୱାର୍ଡ ନଂ ୪ ସହିତ କସାକେନ୍ଦୁ ଗ୍ରାମ ପରିଦର୍ଶନ କରିଛନ୍ତି।
ସୂଚନାଯୋଗ୍ୟ, କଳାହାଣ୍ଡି ଜିଲାରେ ଗତ କିଛି ଦିନହେଲା କ୍ରମାଗନ ଭାବେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଗତ ୬ ଦିନ ମଧ୍ୟ କଲାହାଣ୍ଡିରେ ନୂତନ ଭାବେ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ କଳାହାଣ୍ଡିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ୨୨ତାରିଖରେ ଭବାନୀପାଟଣାରେ ୩ ଏବଂ ଜୟପାଟଣା ବ୍ଲକରେ ୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୩ତାରିଖରେ ଧର୍ମଗଡରେ ଜଣେ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି।