ବ୍ରିଟିଶ ସରକାରଙ୍କ ନିର୍ମିତ ଐତିହାସିକ ଇନ୍ଦ୍ରାବତୀ ପୋଲ ଦେଖିଲେ ଜିଲାପାଳ

ନବରଙ୍ଗପୁର:୧୯୦୯ ମସିହାରେ ବ୍ରିଟିଶ ସରକାରଙ୍କର ଦ୍ୱାରା ନିର୍ମିତ ହୋଇଥିବା ନବରଙ୍ଗପୁର ଇନ୍ଦ୍ରାବତୀ ନଦୀର ପୁରୁଣା ପୋଲକୁ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ବୁଲି ଦେଖିଛନ୍ତି । ଏହି ପୋଲ ଉପରେ ଯାଇଥିବା ରାସ୍ତାର ଅବସ୍ଥା ଠିକ୍‍ ନ ଥିବାବେଳେ ବିପଦସଙ୍କୁଳ ରହିଛି। ପୈାରନିର୍ବାହୀ ଅଧିକାରୀ ଏକ ବୈଷୟିକ ଦଳକୁ ନେଇ ଏହି ପୋଲର ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦେବା ସହିତ ଏହି ପୋଲ ନିକଟରେ ଏକ ଆମୋଦ ପ୍ରମୋଦ ଉଦ୍ୟାନ କରିବାକୁ ପରାମର୍ଶ ଦେଇଥିଲେ। ଯାହାଦ୍ୱାରା ବ୍ରିଟିଶ ସମୟରେ ନିର୍ମିତ ଏହି ଐତିହାସିକ ପୋଲ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇ ପାରିବ ବୋଲି କହିଥିଲେ। ପୈାରନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟ୍ଟନାୟକ ଓ ଜିଲାପାଳଙ୍କର ବ୍ୟକ୍ତିଗତ ସହାୟକ ଏ.ସୁରେଶ ପ୍ରମୂଖ ଉପସ୍ଥିତ ଥିଲେ।

 

Comments are closed.