ଟିଏମସି ସେଣ୍ଟର ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା: କରୋନାର ଦ୍ରୁତ ସଂକ୍ରମଣ ବର୍ତମାନ ସମସ୍ତଙ୍କ ଚିନ୍ତା ବଢାଇଛି। ଦୈନିକ ସଂକ୍ରମଣର ଉପରମୁହାଁ ସାଙ୍ଗକୁ ଆଗକୁ ଫେରନ୍ତା ପ୍ରବାସୀଙ୍କ ଥଇଥାନ ପାଇଁ ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ହରଭଙ୍ଗା ବ୍ଲକର ବୀରନରସିଂହପୁର, ବାଣୀଭୁଷଣପୁର, ଛତ୍ରଙ୍ଗ, କରଞ୍ଜକଟା, ପୁରୁଣାକଟକ ଭଳି ବିଭିନ୍ନ କ୍ଲଷ୍ଟର ଟିଏମସି ପରିଦର୍ଶନ କରିବା ସହିତ ଏଗୁଡିକୁ ଯୁଦ୍ଧକାଳିନ ଭିତିରେ ପ୍ରସ୍ତୁତ ରଖିବା ପାଇଁ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ବ୍ଲକ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...