ଆଶ୍ରମର ଅନାଥ ପିଲାମାନଙ୍କ ସହ ନୂଆବର୍ଷ ପାଳିଲେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ

ନବରଙ୍ଗପୁର: ନୂତନ ବର୍ଷ ଆରମ୍ଭରେ ନବରଙ୍ଗପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଆଶ୍ରମର ପିଲାମାନଙ୍କ ସହ ନୂଆବର୍ଷ ପାଳନ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ଥିତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ବାଳିକା ଆଶ୍ରମକୁ ଆଜି ନୂତନ ବର୍ଷ ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଏବଂ ଆରକ୍ଷୀ ଅଧିକ୍ଷକ ରାଜେଶ ସହାୟ ମିନା ପ୍ରମୁଖ ଗସ୍ତ କରି ଆଶ୍ରମରେ ରହୁଥିବା ଅନାଥ ପିଲାମାନଙ୍କୁ ଇଂରାଜୀ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହା ସହିତ ସେଠାରେ ଥିବା ପିଲାମାନଙ୍କୁ ମିଠା ଏବଂ ଚକୋଲେଟ ବଣ୍ଟନ କରି ନୂଆବର୍ଷ ପାଳନ କରିଥିଲେ। ଆଶ୍ରମର ବିଭିନ୍ନ ସମସ୍ୟା ସମ୍ପର୍କରେ ଏବଂ ଖାଇବା ଓ ରହିବା ଇତ୍ୟାଦିର ବ୍ୟବସ୍ଥାର ତଦାରଖ କରିଥିଲେ। ଆଶ୍ରମର ଦାୟିତ୍ୱରେ ଥିବା କର୍ମକର୍ତ୍ତା ସକ୍ରିୟ ଭାବରେ ଓ ଯତ୍ନର ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.