ଲଘୁଚାପ ବର୍ଷାରେ ବିଦ୍ୟାଳୟ ପାଚେରୀ ଭାଙ୍ଗିଲା

ବେଗୁନିଆ : ଲଘୁଚାପ ଜନିତ ଲଗାଣ ବର୍ଷାରେ ବେଗୁନିଆ ବ୍ଲକ ପଙ୍ଗାରସିଂହ ଗ୍ରାମରେ ଥିବା ଦଧି ବମାନଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ପଛ ପଟ ପ୍ରାୟ ୯୦ଫୁଟ ଲମ୍ବର ପାଚେରୀଟି ଆଜି ଭାଙ୍ଗି ପଡିଛି । ଫଳରେ ବିଦ୍ୟାଳୟ ପରିସର ସମ୍ପୁର୍ଣ୍ଣ ମୁକୁଳା ପଡିବା ଯୋଗୁଁ ବୁଲା ଗାଈ, ଗୋରୁ ଏବଂ କୁକୁର ଆଦି ଜୀବ ଜନ୍ତୁ ତଥା ଅସାମାଜିକ ବ୍ୟକ୍ତି ମାନଙ୍କର ଅବାଧ ପ୍ରବେଶ ଲାଗି ରହିଛି । ଏଥିପାଇଁ ବିଦ୍ୟାଳୟର ଶୈକ୍ଷିକ ବାତାବରଣ କଳୁଷିତ ହେବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ପାଚେରୀ ମରାମତି କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Comments are closed.