ଭୁଶୁଡ଼ିଲା ସରୋଇଁ ଫାପୁଡ଼ିଆ ପୋଲ

କେଶଦୁରାପାଳ : ଭୁଶୁଡ଼ିଲା ସରୋଇଁ ଫାପୁଡ଼ିଆ ପୋଲ  ଲପୁଚାପ ଜନିତ ବର୍ଷାରେ ସରେଇଁକୁ ସଂଯୋଗ କରୁଥିବା ଫାପୁଡ଼ିଆ ନଦୀ ଉପରେ ନିର୍ମିତ ପୋଲ ଫାଟିଯାଇଥିବା ବେଳେ ଗତକାଲି ଏକ ଇଟା ବୋଝେଇ ଗାଡ଼ି ସରୋଇଁ ଫାପୁଡ଼ିଆ ପୋଲ ଉପରେ ଯାଉଥିବା ବେଳେ ପୋଲ ଭୁଶୁଡି ଯାଇ ଗାଡ଼ିଟି ପୋଲତଳକୁ ଗଳି ପଡ଼ିଥିଲା। ଫଳରେ ଉକ୍ତ ରାସ୍ତା ଦେଇ ଯୋଗାଯୋଗ ଠପ୍‌ ହୋଇଯାଇଛି। ଗ୍ରାମବାସୀ ଉକ୍ତ ପୋଲରେ ଭାରୀ ଯାନ ଚଳାଚଳକୁ ରାସ୍ତାରେ ବାଲି ବସ୍ତା ଥୋଇ ବାରଣ କରିବା ସହିତ ପୋଲ ଭୁଶୁଡ଼ିବା ଭୟରେ ସରୋଇଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଗତକାଲି  ଅମାନିଆ ହୋଇ ଏକ ଇଟା ବୋଝେଇ ଗାଡ଼ି ସରୋଇଁ ଫାପୁଡ଼ିଆ ପୋଲ ଉପରେ ପାରି ଶାଳପଡ଼ାକୁ ଯାଉଥିବା ବେଳେ ପୋଲ ଭୁଶୁଡି ଯାଇ ଗାଡ଼ିଟି ପୋଲତଳକୁ ଗଳି ପଡ଼ିଥିଲା। ପ୍ରଶାସନ ପହଞ୍ଚି ପୋଲ ପରିଦର୍ଶନ କରିଥିବାର ଜଣାଯାଇଛି। ସରେଇଁ ପୋଲକୁ ତୁରନ୍ତ ମରାମତି କରିବା ପାଇଁ ଭାସ୍କର ସାହୁ, ନବ ଘନ ସାହୁ, ନରହରୀ ବାରିକ, ବନମାଳୀ ଦେହୁରୀ, ଅଭିମନ୍ୟୁ ସାହୁ, ନକୁଳ ଚରଣ ସାହୁ, ବିଜୟ କୁମାର ସାହୁ, ସୁମନ ସାହୁ, ପ୍ରମୁଖ ସରୋଇଁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.