ଫୁଲବାଣୀରେ ୯ଡିଗ୍ରୀ ; ୭ଜିଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଅର୍ଦ୍ଧାଧିକ ଜିଲାକୁ ଏ ପର୍ଯ୍ୟନ୍ତ ଶୀତ ଛୁଇଁନାହିଁ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହିତ ଶୀତପ୍ରକୋପ ଅନୁଭୂତ ହେଉଛି। ମାତ୍ର ଉପକୂଳ ଓଡ଼ିଶାରେ ତାପମାତ୍ରାରେ ବିଶେଷ ‌ପରିବର୍ତ୍ତନ ଲକ୍ଷ୍ୟ କରାଯାଉନାହିଁ। ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୪ଡ଼ିଗ୍ରୀରୁ ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ଫୁଲବାଣୀରେ ୯.୫ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଦାରିଙ୍ଗବାଡ଼ିରେ ୧୦, ସୋନପୁରରେ ୧୧, ଟିଟିଲାଗଡ଼, ସୁନ୍ଦରଗଡ଼ରେ ୧୨, ଅନୁଗୋଳ, ସମ୍ବଲପୁର, କୋରାପୁଟରେ ୧୩, ଝାରସୁଗୁଡ଼ା, କେନ୍ଦୁଝରଗଡ଼ରେ ୧୪ ଡ଼ିଗ୍ରୀ ସେଲସିୟସ ମଧ୍ୟରେ ରହିଛି।
ଆସନ୍ତା ଦୁଇ ତିନି ଦିନ ଭିତରେ ତାପମାତ୍ରାରେ ବି​‌େ​‌ଶଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, କୋରାପୁଟ ଓ ପୁରୀ ଆଦି ୭ଟି ଜିଲାରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି।

Comments are closed.