ଆଜିଠୁ ବଢ଼ିବ ଶୀତ ଲହରି

ଭୁବନେଶ୍ବର : କିଛିଦିନର ବ୍ୟବଧାନ​‌ ପରେ ଶନିବାରଠାରୁ ପାରଦ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରାୟ ୪ ଡିଗ୍ରୀ ତଳକୁ ଖସିଛି । ଶନିବାର ୮ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ଗତକାଲି ୬.୮ ଡିଗ୍ରୀ ସେଲସିୟସ୍ ସହ ସୋନପୁର ସବୁଠାରୁ ଥଣ୍ଡା ସହର ଥିଲା। ଉତ୍ତରା ପବନ ଉପକୂଳବର୍ତ୍ତୀ ଜିଲା ଓ ପଶ୍ଚିମ ଓଡ଼ିଶାକୁ ଜାଡ଼ ଥରାଉଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ବାଲେଶ୍ବର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ପୁରୀରେ ଶୀତଲହରି ବଢ଼ିବ। ଆଜି ମୟୂରଭଞ୍ଜ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଉତ୍ତର ବିହାର ଓ ଆଖପାଖ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହୁଛି।

Comments are closed.