ନଡିଆରେ ପ୍ରସ୍ତୁତ କରନ୍ତୁ ଏହି ମିଠା

ଆବଶ୍ୟକ ସାମଗ୍ରୀ
ଖିର – ୧ଲିଟର
ମିଲ୍କ ମେଡ଼୍ – ୧କପ ରୁ କମ
ଗୁଜୁରାତି ଗୁଣ୍ଡ – ଅଳ୍ପ
ଖିରସର – ୨ଚାମଚ
ନଡ଼ିଆ କୋରା ଗୁଣ୍ଡ – ୨ ଚାମଚ(କୋରା ସାମାନ୍ୟ ଭାଜି ଏହାକୁ ପେଷି ଦିଅନ୍ତୁ)
କାଜୁ, ବାଦାମ, କିସମିସ – ଆବଶ୍ୟକ ପରିମାଣରେ
ଅମୁଲ – ୧କପ ରୁ କମ
ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ଖିରକୁ ଭଲ ଭାବେ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଅମୁଲ, ମିଲ୍କ ମେଡ଼, ନଡ଼ିଆ କୋରା ଗୁଣ୍ଡ, ସର, ଗୁଜୁରାତି ଗୁଣ୍ଡ, କାଜୁ, ବାଦାମ, କିସମିସ ପକାଇ ପୁଣି କିଛି ସମୟ ଫୁଟାନ୍ତୁ। ଏହାପରେ ଏହାକୁ ଥଣ୍ଡା କରନ୍ତୁ। ଥଣ୍ଡା କରିବା ପରେ କୁଲ୍ଫି ଷ୍ଟାଣ୍ଡରେ ଏହି ମିଶ୍ରଣକୁ ଭର୍ତି କରି ୭ ରୁ ୮ ଘଂଟା ଫ୍ରିଜରେ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ନଡିଆରେ ମିଠା ।

Comments are closed.