ଅସରପା ଘରୁ ଦୂରେଇବାର ଉପାୟ

ଘରର ଅନ୍ୟ କକ୍ଷ ତୁଳନାରେ ରୋଷେଇ ଘରେ ଅସରପାର ଭିଡ଼ ଅଧିକ ଦେଖିବାକୁ ମିଳେ। ନିୟମିତ ଭାବେ ରୋଷେଇ ଘର ପରିଷ୍କାର ନ କଲେ ଏମାନଙ୍କ ଦୌରାତ୍ମ୍ୟ ବଢ଼ିଥାଏ। ଅସରପା କାରଣରୁ ଆମକୁ ବିଭିନ୍ନ ରୋଗ ହେବାର ଭୟ ମଧ୍ୟ ବଢ଼ିଥାଏ। କୌଣସି ଖାଦ୍ୟଦ୍ରବ୍ୟରେ ଅସରପା ପଡ଼ିଗଲେ, ପେଟ ସମସ୍ୟା ହେବା ସହ ବଦ୍‌ହଜମ ହେଉଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ। ଘରୁ ଏଇ ଅସରପାକୁ ଦୂରେଇବାର ସରଳ ଉପାୟମାନ:
– ରୋଷେଇରେ ବ୍ୟବହୃତ ହେଉଥିବା ତେଜପତ୍ର ଘରୁ ଅସରପା ଦୂର କରିବାରେ ବେଶ୍ ସହାୟକ। ଯେ କୌଣସି ସ୍ଥାନରେ ଏଇ ଅସରପା ଦେଖୁଛନ୍ତି, ତୁରନ୍ତ ସେଠାରେ ତେଜପତ୍ରକୁ ଜଳାଇ ରଖିଦିଅନ୍ତୁ। ଏହାର ବାସ୍ନାରେ ଘରୁ ଅସରପା ଦୂରେଇଯିବ। ଏ କାମ କଲାବେଳେ ସତର୍କ ରହିବା ଆବଶ୍ୟକ। ତେଜପତ୍ର ଜଳାଇବା ସମୟରେ ପାଖରେ ଯେପରି କପଡ଼ା, କିମ୍ବା କାଗଜ ଥିଲେ ତାହା ଫିଙ୍ଗିଦିଅନ୍ତୁ। ନଚେତ୍ ପୂରା କକ୍ଷରେ ଅଗ୍ନିକାଣ୍ଡ ହେବାର ଭୟ ଥାଏ।
– ରୋଷେଇଘରର ପ୍ରତ୍ୟେକ କୋଣରେ ଲବଙ୍ଗ ୨-୩ଟି ରଖିଦେବେ। ୧ ସପ୍ତାହ ମଧ୍ୟରେ ଏହାର ଫରକ୍ ଜାଣିପାରିବେ। ଲବଙ୍ଗର ବାସ୍ନାରେ କକ୍ଷରୁ ଅସରପା ଦୂରେଇଯାନ୍ତି।
– ଗୋଟିଏ ପାତ୍ରରେ ବେକିଂ ପାଉଡର ଓ ଚିନିକୁ ସମାନ ମାତ୍ରାରେ ମିଶାଇ ରଖନ୍ତୁ। ଅସରପା ଦେଖାଯାଉଥିବା ସ୍ଥାନରେ ଏହି ମିଶ୍ରଣକୁ ପକାଇଲେ ଅସରପା ମରିଯାନ୍ତି।
– ସ୍ବାସ୍ଥ୍ୟ ପାଇଁ ହିତକାରୀ କାକୁଡ଼ି ମଧ୍ୟ ଅସରପାକୁ ଘରୁ ଦୂର କରିଥାଏ। କାକୁଡ଼ିକୁ ଗୋଲ ଗୋଲ କାଟି ଅସରପା ହେଉଥିବା ସ୍ଥାନରେ ରଖିଲେ ଘରୁ ଅସରପା ଦୂରେଇଯାନ୍ତି।

Comments are closed.