ଚୋରି ରୋକିବା ପାଇଁ ଖାଦାନରେ ୫୧୦୦ ସିସିଟିଭି ଲଗାଇଲା କୋଲ ଇଣ୍ଡିଆ

ନୂଆଦିଲ୍ଲୀ : ଚୋରି ରୋକିବା ପାଇଁ କୋଲ ଇଣ୍ଡିଆ ୩୦୦ କୋଇଲା ଖାଦାନରେ ୫୧୦୦ ସିସିଟିଭି କ୍ୟାମେରା ଲଗାଇଛି। କୋଲ ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଚୋରି ରୋକିବା ସହ ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। କୋଲ ଇଣ୍ଡିଆ ପ୍ରାୟ ୫୦ କୋଟି ଟଙ୍କା ବିନିମୟରେ ଏହି କ୍ୟାମେରା ଲଗାଇଛି। କୋଲ ଇଣ୍ଡିଆ କମ୍ପାନୀର କଲକତା ମୁଖ୍ୟାଳୟରେ ସିସିଟିଭି କ୍ୟାମେରାରୁ ଉତ୍ତୋଳିତ ଜୀବନ୍ତ ଚିତ୍ର ପ୍ରସାରିତ ହେବ। ଏହା ଦ୍ୱାର ସିଧାସଳଖ ଭାବେ ଖାଦାନ ଭିତର ଗତିବିଧି ଉପରେ ନଜର ରଖିହେବ। ଚୋରି ଏବଂ ସଂକଟସ୍ଥିତିରେ ତ୍ୱରିତ ପଦକ୍ଷେନ ନେଇହେବ। ଖାଦାନର ସମ୍ବେଦନଶୀଳ ସ୍ଥାନମାନଙ୍କରେ ଏହି କ୍ୟାମେରା ଲଗାଯାଇଛି। କମ୍ପାନୀର ଆଇଟି ବିଭାଗ ଏହା ଉପରେ କାର୍ଯ୍ୟ କରୁଛି। ଚୋରି ଏବଂ ଜରୁରୀକାଳୀନ ପରିସ୍ଥିତିରେ ଆଲାରାମ ବାଜିବା ସେବା ଉପଲବ୍ଧ କରାଇବା ପାଇଁ ଆଇଟି ବିଭାଗ କାର୍ଯ୍ୟ କରୁଛି।

Comments are closed.