ସୁବ୍ରୋତୋ ବାଗ୍‍ଚୀ ଓ ସୁସ୍ମିତା ବାଗ୍‍ଚୀଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ଅଢ଼େଇ କୋଟି ଦାନ

ଭୁବନେଶ୍ୱର: ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରୋତୋ ବାଗ୍‍ଚୀ ଏବଂ ମୋ-ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ରାଜ୍ୟର କୋଭିଡ୍‍-୧୯ ଲଢ଼େଇ ନିମନ୍ତେ ୨.୫କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ଦାନ କରିଛନ୍ତି। ଆଜି ରାଜ୍ୟ ଲୋକସେବା ଭବନଠାରେ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରୋତୋ ବାଗ୍‍ଚୀ ଏବଂ ମୋ-ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍‍ଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫କୋଟି ଟଙ୍କାର ଏକ ଚେକ୍‍ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀଙ୍କୁ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ବଲାଙ୍ଗିର ଜିଲାରେ କରାଯାଉଥିବା ବ୍ୟାପକ କୋଭିଡ୍‍ ନିରାକରଣ ଓ ସହାୟତା କାର୍ୟ୍ୟକ୍ରମରେ ସହଯୋଗ ସ୍ୱରୂପ ସେ ଏହି ରାଶି ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଚେକ୍‍ ଗ୍ରହଣ ପରେ ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ରାଜ୍ୟ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ସୁବ୍ରୋତୋ ବାଗ୍‌ଚୀଙ୍କ ଘର ବଲାଙ୍ଗୀର ଜିଲାର ପାଟଣାଗଡ଼ରେ ହୋଇଥିବାବେଳେ ସୁସ୍ମିତା ବାଗ୍‌ଚୀଙ୍କ ଘର ବଲାଙ୍ଗୀରରେ। ସେମାନେ ଉଭୟ ବଲାଙ୍ଗୀର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ।

Comments are closed.