ଶୃଙ୍ଖଳାର ସହ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହେବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସମ୍ପୃକ୍ତ ସମସ୍ତକୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ସେବାୟତ, ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ପୁରୀ ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ପୁରୀ ଯାଉଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ ଦୃଷ୍ଟିରୁ ପୁରୀ ନ ଯାଇ ନିଜ ବାସଭବନରେ ଟିଭିରେ ଘୋଷଯାତ୍ରାର ସିଧା ପ୍ରସାରଣ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ନିଜ ଆସନରୁ ଉଠିପଡ଼ି ମହାପ୍ରଭୁଙ୍କୁ ମଧ୍ୟ ପ୍ରଣାମ କରିଥିଲେ। ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିବ ପରେ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି ଓ ଏଥି ସହ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.