ତୁରେକେଲା ବ୍ଲକରେ ସ୍ୱତନ୍ତ୍ର ସହାୟତା ରାଶି ବଣ୍ଟନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ଉପାନ୍ତ ବ୍ଲକ ତୁରେକେଲା ଠାରେ ଆଜି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ହିତାଧିକାରୀଙ୍କୁ ଏକ ହଜାର ଟଙ୍କାର ସ୍ୱତନ୍ତ୍ର ସହାୟତାର ଶୁଭାରମ୍ଭ କରିଛନ୍ତି। ସମ୍ପ୍ରତି କରୋନା ପରିସ୍ଥିତି ସମୟରେ ଜନସାଧାରଣଙ୍କ ଜୀବନ ଓ ଜୀବିକା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଉଛି। ସେ ୧୦ଜଣ ହିତାଧିକାରୀଙ୍କ ସହାୟତା ପ୍ରଦାନ କରିଥିଲେ। ହିତାଧିକାରୀମାନେ ହେଉଛନ୍ତି ଆନ ରଣା, ବାସନ୍ତୀ ରଣା, ଚୟତୁ ପୁଟେଲ, ପାନ ବେନିଆ, ମମତା ବେନିଆ, ଅକୁର ମଲ୍ଲିକ, ରାଜକୁମାରୀ ପୁଟେଲ, ମୁନା ବାରିକ, ଆଲ୍ଲା ମଲ୍ଲିକ, ନୃପତି ନାୟକ। ଏମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଅନ୍ତୋଦୟ  ହିତାଧିକାରୀ ଅନ୍ତର୍ଭୁକ୍ତ, ଆଭାସୀ କାର୍ଯ୍ୟକ୍ରମରେ ବ୍ଲକ ବିଡ଼ିଓ ଦେବାଶିଷ ସାମଲ, ଯୋଗାଣ ନିରୀକ୍ଷକ ସୁଶାନ୍ତ ମାଝୀ, ଗ୍ରାମ ପଞ୍ଚାୟତ ଅଧିକାରୀ ଗୋବିନ୍ଦ ଭୂଏ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.