ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଖୋର୍ଦ୍ଧା ଜିଲାପାଳଙ୍କ ଏକ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‍-୧୯ ମୁକାବିଲାପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ କର୍ମଚାରୀଙ୍କୁ ଗୋଟିଏ ଦିନର ଦରମା ସାଙ୍ଗକୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ଟ୍ରଷ୍ଟ, ସମବାୟ ସଂସ୍ଥା, ଉଦ୍ୟୋଗ, ବେସରକାରୀ ଅନୁଷ୍ଠାନ,ଦାତବ୍ୟ, ଧାର୍ମିକ, ସାଂସ୍କୃତିକ, କ୍ରୀଡ଼ା, ଶିକ୍ଷା ଅନୁଷ୍ଠାନ, ବଣିକ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଲାୟନ୍ସ କ୍ଲକ, ସ୍ୱେଚ୍ଛାସେବୀ ସଂଗଠନ, ବରିଷ୍ଠ ନାଗରିକ ସମୁହ, ବସ୍ତିବାସିନ୍ଦା, ଜିଲାସ୍ତରୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଜିଲାବିଚାର ବିଭାଗୀୟ କାର୍ଯ୍ୟାଳୟଗୁଡ଼ିକରୁ ସଂଗୃହୀତ ଏକ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରାଯାଇଛି। ଆଜି ମୁଖ୍ୟଶାସନ ସଚିବ ଅସିତ୍‍ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ଖୋର୍ଦ୍ଧା ଜିଲାପାଳ ସିଂତାଶୁ କୁମାର ରାଉତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ ଉପସ୍ଥିତ ଥିଲେ। ମୁଖ୍ୟଶାସନ ସଚିବ ଶ୍ରୀ ତ୍ରିପାଠୀ ଏଥିପାଇଁ ଖୋର୍ଦ୍ଧା ଜିଲାପାଳଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଭିଡ୍‍-୧୯କୁ ଏହି ସାହାଯ୍ୟ ନିମନ୍ତେ ଖୋର୍ଦ୍ଧା ଜିଲାପାଳ ଶ୍ରୀ ରାଉତ ସମସ୍ତ ବଦାନ୍ୟ ବ୍ୟକ୍ତିବିଶେଷ, ସମ୍‍ତ ସଂସ୍ଥା ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.