ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କଲେ ଓୟୁଏଟି ବୈଜ୍ଞାନିକ ଓ କର୍ମଚାରୀ

ଭୁବନେଶ୍ବର : ରାଜ୍ୟର କୋଭିଡ୍-୧୯ ସ୍ଥିତିର ମୁକାବିଲା କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ବୈଜ୍ଞନିକ ଓ କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ୧୯ଲକ୍ଷ ୮ହଜାର ୩୯୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଓୟୁଏଟି କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲା କୃଷି ଭବନଠାରେଏହି ଅର୍ଥରାଶିର ଏକ ବ୍ୟାଙ୍କ ଡ୍ରାଫ୍ଟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଉଦେଶ୍ୟରେ ପ୍ରଦାନ କରିଥିଲେ। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ସୌରଭ୍ ଗର୍ଗ ଉପସ୍ଥିତ ଥିଲେ।

Comments are closed.