୮୪ଟି ୧୦୮ ଆମ୍ବୁଲାନ୍ସର ଶୁମ୍ଭାରମ୍ଭ

ଭୁବନେଶ୍ୱର : ରାଜ୍ୟରେ ଜରୁରୀ ସ୍ୱାସ୍ଥ୍ୟସେବା ଆହୁରି ଅଧିକ ସୁଦୃଢ ହେବ। ନୂଆବର୍ଷରେ ନୂଆ ଆମ୍ବୁଲାନ୍ସ ଆରମ୍ଭ ହୋଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି। ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି। ୨୭ଟି ଜିଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ବାଲେଶ୍ୱର ଜିଲା ପାଇଁ ସର୍ବାଧିକ ୧୧ଟି ଉର୍ଦ୍ଧିଷ୍ଟ ରହିଛି।
ଏହି ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ ବର୍ଷ ପାଇଁ ୧୦୪ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।
ଏହି ଉଦ୍ଦଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ , ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ମୁଖ୍ୟ ସଚିବ, ପି କେ ମହାପାତ୍ର, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଏବଂ ସବ୍ୟସାଚୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନା ଯୋଗ୍ୟ, ୨୦୧୩ ମାର୍ଚ୍ଚ ୫ ତାରିଖରୁ ରାଜ୍ୟରେ ମାଗଣା ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ରମ ରହିଛି। ଏହାଛଡା ଅନ୍ୟ ୫୦୦ଟି ଜନନୀ ଏକ୍ସପ୍ରେସ ଜରିଆରେ ଗର୍ଭବତୀ ମା’ ଓ ଶିଶୁଙ୍କୁ ସେବା ଯୋଗାଇ ଦିଆଯାଇଛି।

Comments are closed.