ଓଡ଼ିଶା ଖଣି ନିଗମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌-୧୯ ସ୍ଥିତିରେ କାର୍ଯ୍ୟ କରୁଥିବା ନିଜର କର୍ମଚାରୀମାନଙ୍କ ପାଇଁ ରାଜ୍ୟର ୪ଟି ସ୍ଥାନ ଯଥା ଭୁବନେଶ୍ୱର, ଦୈତାରୀ, ଦକ୍ଷିଣ କଳାପାଣି ଓ ଗନ୍ଧମାର୍ଦ୍ଦନଠାରେ ନିଜସ୍ୱ କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା କରିଥିବାରୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ପ୍ରଶଂସା କରିଛନ୍ତି । ଏହି କୋଭିଡ୍‌ କେୟାର ହୋମ୍‌ଗୁଡ଼ିକ ସନ୍ଦିଗ୍ଧ ପଜିଟିଭ୍‌ ଚିହ୍ନଟ ରୋଗୀମାନଙ୍କୁ ଘରୋଇ ପୃଥକବାସ ସୁବିଧା ସହିତ ରହିବା ବ୍ୟବସ୍ଥା ଯୋଗାଇଦେଇ ମହାମାରୀ ମୁକାବିଲାରେ ଓଡ଼ିଶାର ସଂଗ୍ରାମକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Comments are closed.