୨୧୬ ପୁଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସଵ୍ ଇନ୍ସପେକ୍ଟର – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ପୁଲିସର ୨୧୬ଟି ଫାଣ୍ଡି ଦାୟିତ୍ୱରେ ଏଣିକି ସବ୍‌ଇନ୍‌ସପେକ୍ଟର ମାନେ ରହିବେ। ଏ ସମ୍ପର୍କୀୟ ପ୍ରସ୍ତାବକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସଵ୍ ଇନ୍ସପେକ୍ଟର ମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ। କମିଶନରେଟ୍‌ ପୁଲିସ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୁଲିସ ଓ ରେଲୱେ ପୁଲିସ ଦ୍ବାରା ପରିଚାଳିତ ପୁଲିସ ଫାଣ୍ଡି ମାନଙ୍କରେ ସଵ୍ ଇନସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ। ସବ୍ଇନ୍ସପେକ୍ଟର ମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣ ରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ।

Comments
Loading...